Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ପରଲୋକରେ ମିହିର ଦାସ

(ଦ କୁଇଭର): ପରଲୋକରେ ମିହିର ଦାସ । ବରିଷ୍ଠ ସିନେ ଅଭିନେତା ମିହିର ଦାସଙ୍କ ପରଲୋକ । ଚିକିତ୍ସାଧୀନ ଅବସ୍ଥାରେ ଘରୋଇ ହସ୍ପିଟାଲରେ ଦେହାନ୍ତ । କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ମାତ୍ର ୫୫ ବର୍ଷ ବୟସରେ ଆରପାରିକୁ ଚାଲିଗଲେ ମିହିର ଦାସ । ଅନେକ ଲୋକପ୍ରିୟ ଚଳଚିତ୍ରରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି ମିହିର ଦାସ । ସେ ଖଳନାୟକ ହେଉ ଅବା ନାୟକ ବା ଅନ୍ୟ କୌଣସି ଚରିତ୍ର, ସମସ୍ତ ଚରିତ୍ରକୁ ସେ ନିଖୁଣ ଭାବେ ନିଭାଇ ପାରୁଥିଲେ । ତାଙ୍କର ଅକାଳ ବିୟୋଗରେ ସମ୍ପୂର୍ଣ୍ଣ ସିନେ ଜଗତରେ ଖେଳିଯାଇଛି ଶୋକର ଛାୟା ।

Exit mobile version