ପଞ୍ଚାୟତ ନିର୍ବାଚନରେ ପ୍ରଚାର, ବାଇକ ରାଲି ମନା

(ଦ କୁଇଭର): ଘୋଷଣା ହେଲା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ତାରିଖ । ନିର୍ବାଚନ ତାରିଖ ଘୋଷଣା କରି ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନ । ମିଥ୍ୟା ସତ୍ୟପାଠ ଦେଲେ ପ୍ରାର୍ଥୀଙ୍କୁ ଦଣ୍ଡିତ କରିବାକୁ ପ୍ରାବଧାନ ରହିଛି । ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ କରାଯିବ । ଭୋଟ୍ ଗ୍ରହଣ ସରିଲେ ବ୍ଲକ ସ୍ତରରେ ହେବ ଭୋଟ୍ ଗଣତି । ପ୍ରଚାର ପାଇଁ ପଥପ୍ରାନ୍ତ ପଦଯାତ୍ରା, ବାଇକ୍ ରାଲି ପାଇଁ ଅନୁମତି ନାହିଁ । ସାଧାରଣ ସଭା ବା କୌଣସି ପ୍ରକାର ସମାବେଶକୁ ଅନୁମତି ନାହିଁ । ସର୍ବାଧିକ ୫ ଜଣଙ୍କୁ ଧରି ପ୍ରାର୍ଥୀ ଘରକୁ ଘର ପ୍ରଚାର କରିପାରିବେ । ଡବଲ ଡୋଜ୍ ଟିକା ବା ଆରଟିପିସିଆର ନେଗେଟିଭ୍ ବ୍ୟକ୍ତି ଗଣତି କେନ୍ଦ୍ରକୁ ଅନୁମତି । ଭୋଟ୍ ଗଣତି ପରେ ବିଜୟ ଶୋଭାଯାତ୍ରାକୁ ନାହିଁ ଅନୁମତି । ଆଜିଠାରୁ ଫେବୃଆରୀ ୨୮ ପର୍ଯ୍ୟନ୍ତ ଆଦର୍ଶ ଆଚରଣ ବିଧି ଲାଗୁ କରାଯାଇଛି । ପରେ ପରିସ୍ଥିତିକୁ ଦେଖି କଟକଣା କୋହଳ ବା କଠୋର କରାଯାଇପାରେ ।

ସେପଟେ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଆଦର୍ଶ ଆଚରଣ ବିଧି ଜାରି କଲେ ରାଜ୍ୟ ନିର୍ବାଚନ କମିଶନ । ଅସୂୟାଭାବ, ଶତ୍ରୁତା, ଘୃଣା ସୃଷ୍ଟିକାରୀ ଭାଷା ବ୍ୟବହାର ମନା କରାଯାଇଛି । ଦଳ ବା ପ୍ରାର୍ଥୀ ଏଭଳି କୌଣସି ଲିଖିତ ବା ମୌଖିକ ଭାଷା ବ୍ୟବହାର କରିବେନି । ଆଗୁଆ ମଂଜୁରୀ ନେଇ ଡାକବାଜି ଯନ୍ତ୍ର ବ୍ୟବହାର କରାଯାଇପାରିବ । ରାତି ୮ଟା ପରେ ଓ ସକାଳ ୭ ପୂର୍ବରୁ ଡାକବାଜି ଯନ୍ତ୍ର ବ୍ୟବହାର ମନା । ଭୋଟ୍ ଗ୍ରହଣ ଧାର୍ଯ୍ୟ ସମୟର ୩୬ ଘଣ୍ଟା ପୂର୍ବରୁ ଡାକବାଜି ଯନ୍ତ୍ର ନିଷେଧ କରାଯାଇଛି ।

Leave a Reply

Your email address will not be published. Required fields are marked *