IPLର ନୂଆ ଟାଇଟଲ ସ୍ପନସର ‘TATA’

(ଦ କୁଇଭର): ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ଲିଗ୍ ଇଣ୍ଡିଆନ ପ୍ରିମିୟର ଲିଗ୍ । ଆଇପିଏଲ ସିଜିନ୍-୧୫କୁ ନେଇ ଆରମ୍ଭ ହୋଇସାରିଛି ପ୍ରସ୍ତୁତି । ବିସିସିଆଇ ପକ୍ଷରୁ ଆଇପିଏଲ ସିଜିନ-୧୫ ପାଇଁ ପ୍ରସ୍ତୁତି ଆରମ୍ଭ କରି ସାରିଛି । ବିଶ୍ୱର ସବୁଠାରୁ ଦାମୀ କ୍ରିକେଟ ଲିଗ୍ ଇଣ୍ଡିଆନ ପ୍ରିମିୟର ଲିଗକୁ ମିଳିଛି ନୂଆ ଟାଇଟଲ ସ୍ପନସର । ୨୦୨୨ରେ ହେବାକୁ ଥିବା ଆଇପିଏଲରେ ଟାଟା ଗ୍ରୁପକୁ ନୂଆ ଟାଇଟଲ ସ୍ପନସର ମିଳିଛି । ଅର୍ଥାତ ଏହି ଟୁର୍ଣ୍ଣାମେଣ୍ଟ ଏବେ ’ ଟାଟା ଆଇପିଏଲ’ ଭାବରେ କୁହାଯିବ । ଏହା ପୂର୍ବରୁ ଆଇପିଏଲର ସ୍ପନସର ଚାଇନା କମ୍ପାନୀ ଭିଭୋ ପାଖରେ ରହିଥିଲା ।

ଟାଟା ଆଇପିଏଲର ଟାଇଟଲ ସ୍ପନସର ହେବା ନେଇ ଆଇପିଏଲ ଚେୟାରମ୍ୟାନ ବ୍ରିଜେଶ ପଟେଲ ନ୍ୟୁଜ ଏଜେନ୍ସି ପିଟିଆଇକୁ ସୂଚନା ଦେଇଛନ୍ତି । ୨୦୨୨ ମସିହାରୁ ଟାଟା ଆଇପିଏଲର ସ୍ପନସର ହେବ । ସୂଚନା ଅନୁସାରେ ମଙ୍ଗଳବାର ଆଇପିଏଲ ଗଭର୍ଣ୍ଣିଂ କାଉନସିଲର ମିଟିଂ ହୋଇଥିଲା । ଯେଉଁ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା । ସେଗୁଡିକ ହେଉଛି ଆଇପିଏଲର ଟାଇଟଲ ସ୍ପନସର ଟାଟାକୁ ଦିଆଯାଇଛି । ଏହା ବ୍ୟତୀତ ଅହମଦାବାଦ ଟିମ୍ ମାଲିକ ସିବିସି ଗ୍ରୁପକୁ ଲେଟର ଅଫ ଇଣ୍ଟେଣ୍ଟ ଦିଆଯାଇଛି ।

ଭିଭୋ ୨୦୧୮ ମସିହାରେ ଆଇପିଏଲର ସ୍ପନସର ରାଇଟ୍ସ କିଣିଥିଲା । ଏହି ସ୍ପନସରସିପ୍ ପାଇଁ ଭିଭୋ ପ୍ରତି ବର୍ଷ ବିସିସିଆଇକୁ ୪୪୦ କୋଟି ଦେବାକୁ ପଡ଼ିଥାଏ । ଭିଭୋର ଏହି କଣ୍ଟ୍ରାକ୍ଟ ୨୦୨୨ ପର୍ୟ୍ୟନ୍ତ ଥିଲା । ଗତ ବର୍ଷ ଯେତେବେଳେ ଭାରତ-ଚୀନ ମଧ୍ୟରେ ବିବାଦ କାରଣରୁ ଭିଭୋକୁ ଗୋଟିଏ ବର୍ଷ ପାଇଁ ବ୍ୟାନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *