ମକର ସଂକ୍ରାନ୍ତି ପାଳନ ଉପରେ ଲାଗିଲା କଟକଣା

(ଦ କୁଇଭର): ମକର ସଂକ୍ରାନ୍ତି ପାଇଁ ଆସିଲା ଗାଇଡ଼ଲାଇନ । ମକର ସଂକ୍ରାନ୍ତି ଓ ପୋଙ୍ଗଲ ପର୍ବ ପାଇଁ ରାଜ୍ୟ ସରକାର ଜାରି କଲେ ନୂଆ ଗାଇଡଲାଇନ୍ । କୋଭିଡ଼ ସଂକ୍ରମଣକୁ ଦୃଷ୍ଟିରେ ରଖି କଟକଣା ଲାଗିଛି । ଏହି ଅବସରରେ ଶ୍ରଦ୍ଧାଳୁମାନେ ନଦୀ ଓ ପୁଷ୍କରିଣୀରେ ସାଧାରଣତଃ ଭିଡ଼ ଜମାଇଥାନ୍ତି ଏବଂ ବୁଡ଼ ପକାଇଥାନ୍ତି । କିନ୍ତୁ କରୋନା ସଂକ୍ରମଣ ବଢୁଥିବାରୁ ସେ ସବୁକୁ ଚଳିତ ଥର ବାରଣ କରାଯାଇଛି ।

ଏହାସହ ମକରମେଳା ଆୟୋଜନ ଉପରେ ମଧ୍ୟ କଟକଣା ଲଗାଇଛନ୍ତି ରାଜ୍ୟ ସରକାର । କୌଣସି ପ୍ରକାର ମକରମେଳା ଆୟୋଜନ କରାଯାଇପାରିବ ନାହିଁ । ନିୟମ ଉଲଂଘନ କଲେ ସେମାନଙ୍କ ପ୍ରତି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏନେଇ ସବୁ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ, କଟକ-ଭୁବନେଶ୍ୱର କମିଶନରଙ୍କୁ ସୂଚିତ କରାଯାଇଛି ।

Leave a Reply

Your email address will not be published. Required fields are marked *