ଘୋଷଣା ହେଲା ପଞ୍ଚାୟତ ନିର୍ବାଚନ ତାରିଖ

(ଦ କୁଇଭର): ବହୁ ପ୍ରତୀକ୍ଷାର ଅନ୍ତ ଘଟିଲା । ଫେବୃଆରୀ ୧୬ରୁ ଆରମ୍ଭ ହେବ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଏନେଇ ଆଜି ଘୋଷଣା କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନ । ୫ଟି ପର୍ଯ୍ୟାୟରେ ହେବ ପଞ୍ଚାୟତ ଭୋଟ୍ ଗ୍ରହଣ । ଫେବୃଆରୀ ୧୬, ୧୮, ୨୦, ୨୨ ଓ ୨୪ରେ ଭୋଟ୍ ଗ୍ରହଣ କରାଯିବ ।

ସେହିପରି ଫେବୃଆରୀ ୨୬, ୨୭, ୨୮ରେ ହେବ ଭୋଟ୍ ଗଣତି କରାଯିବ । ଅନ୍ୟପଟେ ମାର୍ଚ୍ଚ ୧୧ରେ ହେବ ନାଏବ ସରପଞ୍ଚ ନିର୍ବାଚନ । ମାର୍ଚ୍ଚ ୧୨ରେ ପଞ୍ଚାୟତ ସମିତି ଅଧ୍ୟକ୍ଷ, ୨୩ରେ ଉପାଧ୍ୟକ୍ଷ ନିର୍ବାଚନ ହେବ । ସେହିପରି ମାର୍ଚ୍ଚ ୧୩ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ, ୨୫ରେ ଉପାଧ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହେବ ।

Leave a Reply

Your email address will not be published. Required fields are marked *