ଓଡ଼ିଶାରେ କରୋନା ବିସ୍ଫୋରଣ: ୮ ହଜାର ଟପିଲା ଦୈନିକ ସଂକ୍ରମଣ

(ଦ କୁଇଭର): ରାଜ୍ୟରେ ବଢିଚାଲିଛି କରୋନା ସଂକ୍ରମଣ । ଦୈନିକ ସଂକ୍ରମଣ ବିସ୍ଫୋରକ ସ୍ଥିିତିରେ ପହଞ୍ଚିଲାଣି । ସାରା ରାଜ୍ୟକୁ ଘାରିଛି କରୋନା ଭୟ । କରୋନାର ଦ୍ରୁତ ସଂକ୍ରମଣ ସମସ୍ତଙ୍କର ଚିନ୍ତା ବଢାଇ ଦେଇଛି । ଗୋଟିଏ ପେଟେ କରୋନା ସଂକ୍ରମଣ ବଢୁଥିବା ବେଳେ ଅନ୍ୟପଟେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ରାଜ୍ୟରେ ୮ ହଜାର ପାର୍ କରିଛି ଦୈନିକ ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୮୭୭୮ ସଂକ୍ରମିତ । କ୍ୱାରେଣ୍ଟାଇନରୁ ୫୦୯୬ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ୩୬୮୨ । ୦ରୁ ୧୮ ବର୍ଷ ପିଲାଙ୍କ ମଧ୍ୟରୁ ୭୯୨ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏନେଇ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଖୋର୍ଦ୍ଧାରୁ ସର୍ବାଧିକ ୨୬୧୫ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୧୨୫୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନୁଗୁଳ ଜିଲ୍ଲାରୁ ୧୦୭ ଜଣ, ବାଲେଶ୍ବର ଜିଲ୍ଲାରୁ ୨୩୧ଜଣ, ବରଗଡ଼ରୁ ୧୩୬ ଜଣ, ଭଦ୍ରକରୁ ୧୦୩ ଜଣ, ବଲାଙ୍ଗୀରରୁ ୨୧୬ ଜଣ, ବୌଦ୍ଧରୁ ୧୨ଜଣ, କଟକରୁ ୭୬୬ଜଣ, ଦେବଗଡ଼ରୁ ୨୫ ଜଣ, ଢେଙ୍କାନାଳରୁ ୭୮ଜଣ, ଗଞ୍ଜାମରୁ ୧୦୬ଜଣ, ଗଜପତିରୁ ୭୨ଜଣ, ଜଗତସିଂହପୁରରୁ ୧୧୪ଜଣ, ଯାଜପୁରରୁ ୧୯୧ ଜଣ, ଝାରସୁଗୁଡ଼ାରୁ ୨୦୩ଜଣ, କଳାହାଣ୍ଡିରୁ ୮୬ ଜଣ, କନ୍ଧମାଳରୁ ୨୦ଜଣ, କେନ୍ଦ୍ରାପଡ଼ାରୁ ୪୬ଜଣ, କେନ୍ଦୁଝରରୁ ୯୫ଜଣ, କୋରାପୁଟରୁ ୧୬୧ ଜଣ, ମାଲକାନଗିରିରୁ ୧୨ ଜଣ, ମୟୂରଭଞ୍ଜରୁ ୩୩୮ ଜଣ, ନବରଙ୍ଗପୁରରୁ ୧୧୨ ଜଣ, ନୟାଗଡ଼ରୁ ୭୫ ଜଣ, ନୂଆପଡ଼ାରୁ ୬୭ ଜଣ, ପୁରୀରୁ ୨୧୬ ଜଣ, ରାୟଗଡ଼ାରୁ ୬୫ ଜଣ, ସମ୍ୱଲପୁରରୁ ୫୯୬୬ ଜଣ, ସୋନପୁରରୁ ୮୭ଜଣ ଓ ଷ୍ଟେଟ ପୁଲରୁ ୫୭୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *