Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ସମସ୍ତେ ଦିନେ ନା ଦିନେ ଓମିକ୍ରନ ଦ୍ୱାରା ଆକ୍ରାନ୍ତ ହେବେ: ବିଶେଷଜ୍ଞ

(ଦ କୁଇଭର): ସାରା ବିଶ୍ୱରେ ବଢୁଛି ଓମିକ୍ରନ ଆତଙ୍କ । ଓମିକ୍ରନ ଦିନକୁ ଦିନ ଆହୁରି ଶକ୍ତିଶାଳୀ ହେବାରେ ଲାଗିଛି । ତେବେ ଏହାରି ଭିତରେ ଆସିଛି ଆଉ ବଡ଼ ଖବର । ସମସ୍ତେ ଦିନେ ନା ଦିନେ ଓମିକ୍ରନ ଦ୍ୱାରା ଆକ୍ରାନ୍ତ ହେବା । ଓମିକ୍ରନ କବଳରୁ କେହି ବି ବର୍ତ୍ତି ପାରିବେ ନାହିଁ । କରୋନାର ନୂଆ ପ୍ରଜାତି ଓମିକ୍ରନକୁ କେହି ରୋକି ପାରିବେ ନାହିଁ। ଏପରି କି ଦିଆଯାଉଥିବା ବୁଷ୍ଟର ଡୋଜ୍ ମଧ୍ୟ ଏହାକୁ ରୋକି ପାରିବ ନାହିଁ । ଆଇସିଏମଆରର ବୈଜ୍ଞାନିକ ଉପଦେଷ୍ଟା କମିଟିର ଅଧ୍ୟକ୍ଷ ଏବଂ ମହାମାରୀ ରୋଗ ବିଶେଷଜ୍ଞ ଡାକ୍ତର ଜୟପ୍ରକାଶ ମୁଲିଲ ଏକ ଗଣମାଧ୍ୟମକୁ ସାକ୍ଷାତାର ଦେଇ ଏପରି ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି ।

ଡାକ୍ତର ଜୟପ୍ରକାଶ କହିଛନ୍ତି, ଡେଲଟା ଭାରିଆଣ୍ଟ ଠାରୁ ଓମିକ୍ରନ କମ୍ ସଂକ୍ରାମକ । ଆମମାନଙ୍କ ଠାରୁ ଏକାଧିକ ଲୋକ କେତେବେଳେ କରୋନା ସଂକ୍ରମିତ ହୋଇଥିଲେ ତାହା ଆମେ ଜାଣିପାରିଲେ ନାହିଁ । ଦେଶରେ ପ୍ରାୟ ୮୫ ପ୍ରତିଶତ ଲୋକ ଟିକା ନେବା ପୂର୍ବରୁ କରୋନା ସଂକ୍ରମିତ ହୋଇସାରିଥିଲେ । ଏହାସହ ସେ କହିଛନ୍ତି ବୁଷ୍ଟର ଡୋଜ୍ ମହାମରୀର ଗତିକୁ ରୋକି ପାରିବ ନାହିଁ । ସଂକ୍ରମଣ ବର୍ତ୍ତମାନ ୨ ଦିନରେ ଦ୍ୱିଗୁଣା ବଢିବାରେ ଲାଗିଛି । ତେଣୁ ଓମିକ୍ରନକୁ ମାତ୍ ଦେବାକୁ ହେଲେ ସତର୍କ ରହିବାକୁ ହେବ । ସମସ୍ତଙ୍କୁ ଓମିକ୍ରନ ଆକ୍ରାନ୍ତ କରିବ, ତେଣୁ ଏହାକୁ ନ ଡରି ସାହସିକତାର ସହ ମୁକାବିଲା କରିବାକୁ ପଡ଼ିବ ।

Exit mobile version