Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ପଞ୍ଚଭୂତରେ ବିଲୀନ ହେଲେ ମିହିର ଦାସ: ସ୍ତବ୍ଧ ଓଲିଉଡ ଜଗତ

(ଦ କୁଇଭର): ବିଦାୟ ମିହିର ଦାସ । ପଞ୍ଚଭୂତରେ ଲିନ ହେଲେ ଓଲିଉଡ଼ର ବର୍ଷିୟାନ ଅଭିନେତା ମିହିର ଦାସ । କଟକ ଶତିଚୌରା ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଗାର୍ଡ ଅଫ ଅର୍ନର ପରେ ତାଙ୍କ ପୁଅ ଅମ୍ଳାନ ତାଙ୍କୁ ମୁଖାଗ୍ନି ଦେଇଛନ୍ତି । ତାଙ୍କ ଶେଷ ଶୋଭାଯାତ୍ରାରେ ବନ୍ଧୁ, ପରିବାର, ଓଲିଉଡ଼ ଅଭିନେତା, ଅଭିନେତ୍ରୀ, ପ୍ରଯୋଜକ, ନିର୍ଦ୍ଦେଶକଙ୍କ ଠାରୁ ଆରମ୍ଭ କରି ରାଜନେତା ଓ ପ୍ରସଂଶକମାନେ ତାଙ୍କୁ ଅଶ୍ରୁଳ ବିଦାୟକ ଦେଇଛନ୍ତି । ମିହିର ମୃତ୍ୟୁ ଯୋଗୁଁ ଓଡ଼ିଆ ଫିଲ୍ମରେ ଜଗତରେ ଏକ ଅପୂରଣୀୟ କ୍ଷତି ଘଟିଥିଲା ।

ସିଡିଏ ସେକ୍ଟର ୮ ସ୍ଥିତ ବାସ ଭବନ ରୁ ତାଙ୍କ ପାର୍ଥିବ ଶରୀରକୁ ଶୋଭାଯାତ୍ରାରେ ନିଆଯାଇ ସିଡିଏ ର ସମସ୍ତ ଅଞ୍ଚଳ ପରିକ୍ରମା କରି ରାମଗଡ଼ ସ୍ଥିତ ଜନ୍ମ ସ୍ଥାନକୁ ନିଆଯାଇଥିଲା। ଆଉ ସେଠାରେ ତାଙ୍କର ଶେଷ ଦର୍ଶନ ପାଇଁ ବହୁ ବିଶିଷ୍ଟ ବ୍ୟକ୍ତି ପହଞିଥିଲେ। ଆଉ ଆଜି ସକାଳେ ସତୀଚୌରା ଶ୍ମଶାନକୁ ଅଣାଯାଇ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ତାଙ୍କ ବାସଭବନରୁ ଶ୍ମଶାନକୁ ଅଣାଯାଉଥିବା ସମୟରେ ମିହିର ଭାଇ ଅମର ରହେ ଧ୍ୱନି ରେ ପ୍ରକମ୍ପିତ ହୋଇ ଉଠୁଥିଲା ସାରା କଟକ ସହର। ପୁର୍ବରୁ ଏକାଧିକ ରୋଗରେ ପୀଡିତ ହୋଇ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ମିହିୀର ଦାସ। ଆଉ ଗତକାଲି ଅପରାହ୍ନରେ ତାଙ୍କର ପରଲୋକ ହୋଇଥିଲା। ତାଙ୍କର ମୃତ୍ୟୁ ଖବର ପାଇ ହସ୍ପିଟାଲରେ ପହଞ୍ଚି ଥିଲେ ଓଲିଉଡର ବହୁ କଳାକାର। ଚାରି ଦଶନ୍ଧି ବ୍ୟାପୀ ତାଙ୍କ ଅଭିନୟ ଯାତ୍ରାରେ ପଡିଛି ଯବନିକା । ଆଉ ତାଙ୍କ ମୁହଁରୁ ଶୁଭିବନି ସେଭଳି ଗୁରୁଗମ୍ଭୀର ସ୍ୱର। ମିହିର ଦାସଙ୍କ ବିୟୋଗରେ ସାରା ଓଲିଉଡ ଜଗତ ଏକପ୍ରକାର ସ୍ତବ୍ଧ ହୋଇଯାଇଛି।

Exit mobile version