ସୁସ୍ଥ ହୋଇ ଘରକୁ ଫେରିଲେ ‘ବଚପନ୍ କା ପ୍ୟାର୍ ଗୀତ’ର ଗାୟକ ସହଦେବ

(ଦ କୁଇଭର): ସୁସ୍ଥ ହୋଇ ଘରକୁ ଫେରିଲେ ‘ବଚପନ୍ କା ପ୍ୟାର୍ ଗୀତ’ର ଗାୟକ ସହଦେବ ଡିର୍ଡୋ । ରାତାରାତି ଏହି ଗୀତ ଗାଇ ସେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲେ । ଓଲିଉଡ଼ ଠାରୁ ଆରମ୍ଭ କରି ବଲିଉଡ଼ ଯାଏ ସବୁଠି କେବଳ ସେ ‘ବଚପନ୍ କା ପ୍ୟାର୍‌’ ହିଁ ‘ବଚପନ୍ କା ପ୍ୟାର୍‌’ । ଗତ ୨୮ ତାରିଖରେ ତାଙ୍କର ଏକ ଦୁର୍ଘଟଣା ହୋଇଥିଲା, ଯେଉଁଥିରେ ସେ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଆଜି ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସୁସ୍ଥ ହୋଇ ଫେରିବା ପରେ ସେ ନିଜ ଫ୍ୟାନ୍ସ ଓ ଡାକ୍ତରମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

https://www.instagram.com/reel/CYl0v81rdJn/?utm_source=ig_embed&ig_rid=0b8da660-920c-47f4-9344-76bb0f4a5156

ସେ ସୁସ୍ଥ ହୋଇ ଘରକୁ ଫେରିବା ପରେ ସେ ଏକ ଇନଷ୍ଟାଗ୍ରାମ ପୋଷ୍ଟ କରି ଲେଖିଛନ୍ତି, ସମସ୍ତଙ୍କୁ ବହୁ ବହୁତ ଧନ୍ୟବାଦ । ଆପଣଙ୍କ ପ୍ରାର୍ଥନା ଓ ସମବେଦନା ପାଇଁ ଧନ୍ୟବାଦ । ଡାକ୍ତର ଦେବେନ୍ଦ୍ର ନାୟକଙ୍କୁ ହୃହୟରୁ ଧନ୍ୟବାଦ । ତେବେ ସେ ଏହି ଭିଡ଼ିଓରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ ସେ ସୁସ୍ଥ ଥିବା କହିଛନ୍ତି ।

Leave a Reply

Your email address will not be published. Required fields are marked *