କରୋନା କବଳରେ ୩୯ ସ୍କୁଲ ଛାତ୍ର

(ଦ କୁଇଭର): ସାରା ଦେଶରେ ଜାରି କରୋନାର ପ୍ରକୋପ । କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ସବୁଠି କୋକୁଆ ଭୟ । ସଂକ୍ରମଣ ରୋକିବା ପାଇଁ ଅନେକ ରାଜ୍ୟ ସ୍କୁଲ ଓ କଲେଜ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାରି ଭିତରେ ଆସିଛି ଆଉ ଏକ ବଡ଼ ଖବର । ଝାଡ଼ଖଣ୍ଡରେ ୩୯ ସ୍କୁଲ ପିଲା କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ଜାନୁଆରୀ ୧୩ ତାରିଖ ଦିନ ଝାରଖଣ୍ଡର ଦୁମକା ଜିଲ୍ଲାର ପ୍ରାୟ ୭ଟି ସ୍କୁଲରେ ୩୯ ଜଣ ପିଲା କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଯେଉଁମାନେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି, ସେମାନଙ୍କ ବୟସ ୬ରୁ ୧୮ ମଧ୍ୟରେ ରହିଛି । ଏହାପୂର୍ବରୁ ଧନବାନଦରେ ସୈନିକ ସ୍କୁଲ ପରୀକ୍ଷା ଦେବା ପାଇଁ ଆସିଥିବା ୧୨ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ପରୀକ୍ଷା ହେବା ପୂର୍ବରୁ କିଛି ପିଲାଙ୍କର ରିପୋର୍ଟ ପଜିଟିଭ୍ ଆସିଥିଲା ତେଣୁ ସେମାନଙ୍କୁ ପରୀକ୍ଷା ପାଇଁ ଅଲଗା ଅଲଗା ଶ୍ରେଣୀଗୃହର ବ୍ୟବସ୍ଥା କରାଯାଇଥିଲା ।

Leave a Reply

Your email address will not be published. Required fields are marked *