Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ବର୍ଷକରେ ଗୋଟିଏ ଦିନ ମହାପ୍ରଭୁ ଶ୍ରୀଜଗନ୍ନାଥ ଖାଆନ୍ତି ଚାଉଳ

(ଦ କୁଇଭର): ବର୍ଷକରେ ଗୋଟିଏ ଦିନ ମହାପ୍ରଭୁ ଖାଆନ୍ତି ଚାଉଳ । କଥାଟି ଆଶ୍ଚର୍ଯ୍ୟ ଲାଗୁଥିବା ନିଶ୍ଚୟ । କିନ୍ତୁ ସତ । ମହାପ୍ରଭୁ ଶ୍ରୀଜଗନ୍ନାଥ ଖାଆନ୍ତି ଚାଉଳ। ବର୍ଷକରେ ଆଜି ହେଉଛି ଗୋଟିଏ ଦିନ ଯେଉଁଦିନ ମହାପ୍ରଭୂ ଷାଠିଏ ପଉଟି ସହ ଖାଇବେ ଚାଉଳ । ପବିତ୍ର ମକମର ସଂକ୍ରାନ୍ତି ଅବସରରେ ମହାପ୍ରଭୁଙ୍କ ଠାରେ ଲାଗି ହୁଏ ମକର ଚାଉଳ । ସାଧାରଣତଃ ଗରିବ ଟିଏ ଭୋଗ ବିକଳରେ ଚାଉଳ ଖାଇଥାଏ । ମାତ୍ର ୫୬ ପ୍ରକାରର ଷାଠିଏ ପଉଟି ସେବନ କରୁଥିବା ଶ୍ରୀବିଗ୍ରହଙ୍କ ମଧ୍ୟ ଲାଗି ହେଉଛି ଚାଉଳ । ବେଶ ଆନନ୍ଦର ସହ ମହାପ୍ରଭୁ ଏହି ଚାଉଳ ସେବନ କରିଥାନ୍ତି ।

ଆଜି ହେଉଛି ପବିତ୍ର ମକର ସଂକ୍ରାନ୍ତି । ଏହାକୁ ଆମ ଓଡ଼ିଆ ସଂସ୍କୃତିରେ ଗଣପର୍ବ ଭାବେ ପାଳନ କରାଯାଇଥାଏ । ଏହା ଏକ ଉତ୍ସବ ଭାବେ ପାଳିତ ହେଉଛି । ଶ୍ରୀମନ୍ଦିରରେ ଏହି ପର୍ବ ବି ସମସ୍ତ ରୀତିନୀତିରେ ପାଳନ କରାଯାଉଛି । ଶ୍ରୀମନ୍ଦିର ରୀତିନୀତି ଓ ପରମ୍ପରା ଅନୁଯାୟୀ ମହାପ୍ରଭୁଙ୍କୁ ପ୍ରତିଦିନ ଛପନ ପ୍ରକାରର ଷାଠିଏ ପଉଟିର ପ୍ରସାଦ ଲାଗି କରାଯାଇଥାଏ । ଅନ୍ନ, ଖେଚୁଡ଼ି, ବେସର, ମହୁର, ଡାଲି, ଡାଲେମା ବ୍ୟତୀତ ଚକୁଳୀ, ଅମ୍ବାଲୁ, ଝଡ଼େଇ ନେଦା, ସରପୁଳି ଭଳି ଅନେକ ବ୍ୟଞ୍ଜନ ସେବ ନ କରିଥାନ୍ତି ମହାବାହୁ । ହେଲେ ଆଜି ମକର ସଂକ୍ରାନ୍ତିରେ ଛପନ ଭୋଗି ମହାବାହୁ ଖାଇବେ ଚାଉଳ । ଯାହାକୁ ମକର ଚାଉଳ ବୋଲି କୁହାଯାଏ ।

ପରମ୍ପରା ଅନୁଯାୟୀ, ନୂଆ ଅମଳ ହୋଇଥିବା ଚାଉଳକୁ ମହାପ୍ରଭୁଙ୍କୁ ପ୍ରଥମେ ଲାଗି କରାଯାଏ । ସେହି ଚାଉଳକୁ ଭକ୍ତମାନେ ମହାପ୍ରସାଦ ଭାବେ ସେବନ କରିଥାନ୍ତି । ଛପନଭୋଗି ମହାପ୍ରଭୁ ଆଜି ଗୋଟିଏ ଦିନ ହିଁ ଚାଉଳ ସେବନ କରିଥାନ୍ତି ।

Exit mobile version