ସମାଜବାଦୀ ପାର୍ଟିରେ ସାମିଲ ହେଲେ ସ୍ୱାମୀ ପ୍ରସାଦ ମୌର୍ଯ୍ୟ: ଭାଙ୍ଗିଲେ କୋଭିଡ ନିୟମ

(ଦ କୁଇଭର): ୫ ରାଜ୍ୟର ବିଧାନସଭା ନିର୍ବାଚନ ଯେତେ ପାଖେଇ ଆସୁଛି, ନିର୍ବାଚନୀ ମାହୋଲ ସେତେ ଗରମ୍ ହେବାରେ ଲାଗିଛି । କହିବାକୁ ଗଲେ ଉତ୍ତରପ୍ରଦେଶରେ ନିର୍ବାଚନୀ ମାହୋଲ ଦିନକୁ ଦିନ ସରଗରମ ହେବାରେ ଲାଗିଛି । କାହିଁକି ନାଁ ଉତ୍ତରପ୍ରଦେଶରେ ଚାଲିଛି ଦଳବଦଳ ରାଜନୀତି । ନିକଟରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ହାତ ଛାଡ଼ିଛନ୍ତି କିଛି ନେତା ଓ ମନ୍ତ୍ରୀ । ଯାହାକୁ ନେଇ ଏବେ ୟୁପିରେ ରାଜନୈତିକ ଉଷ୍ମତା ବଢିଯାଇଛି । ଯୋଗୀଙ୍କ କ୍ୟାବିନେଟ୍ ମନ୍ତ୍ରୀ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ଓ ତାଙ୍କ ସମର୍ଥକ ବିଧାୟକମାନେ ଆଜି ଅଖିଳେଶ ହାତ ଧରିଛନ୍ତି । ଅର୍ଥାତ୍ ସମାଜବାଦୀ ପାର୍ଟରେ ସାମିଲ ହୋଇଛି । ଯାହା ଯୋଗୀଙ୍କୁ ବଡ଼ ଝଟକା ବୋଲି କୁହାଯାଉଛି । ଏଥିରେ ସମାଜବାଦୀ ପାର୍ଟି ଏକ ସାମ୍ବାଦିକ ସମ୍ମିଳନୀ କରିଥିଲା । ଯେଉଁଥିରେ କରୋନା ନିୟମକୁ ଖୁଲମଖୁଲା ଉଲଂଘନ କରାଯାଇଥିବା ଦେଖିବାକୁ ମିଳିଥିଲା ।

ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ସହିତ ୬ଜଣ ଅନ୍ୟ ବିଧାୟକ ଆଜି ସମାଜବାଦୀ ପାର୍ଟିରେ ଯୋଗ ଦେଇଛନ୍ତି । ଆପନା ଦଳ (ଏମ୍‌)ର ବିଧାୟକ ଅମର ଚୌଧୁରୀ, ବିଜେପି ବିଧାୟକ ବିନୟ ଶାବ୍ୟ, ରୋସନଲାଲ ବର୍ମା, ମୁକେଶ ବର୍ମା, ଭଗବତୀ ସାଗର ଏବଂ ବୃଜେଶ ପ୍ରଜାପତି ଆଜି ସମାଜବାଦୀ ପାର୍ଟିରେ ସାମିଲ ହୋଇଛନ୍ତି ।

ସମାଜବାଦୀ ପାର୍ଟିର ଏହି ସାମ୍ବାଦିକ ସମ୍ମିଳନୀରେ ହଜାର ହଜାର ସଂଖ୍ୟାରେ ଲୋକ ଏକଜୁଟ୍ ହୋଇଥିଲେ । ଯେଉଁଥିରେ କରୋନା ନିୟମର ଧଜ୍ଜିୟା ଉଡ଼ାଯାଇଥିବା ଦେଖିବାକୁ ମିଳିଥିଲା । ନିର୍ବାଚନ ଆୟୋଗ ୧୫ ଜାନୁଆରୀ ପର୍ଯ୍ୟନ୍ତ କୌଣସି ପ୍ରକାର ରାଲି ବା ସମାବେଶ କରିବାକୁ ନିର୍ଦ୍ଦେଶନାମା ଜାରି କରିଥିଲେ । କିନ୍ତୁ ସମାଜବାଦୀ ପାର୍ଟି ଆଜି ନିଜର ଶକ୍ତି ପ୍ରଦର୍ଶନ କରିବାକୁ ଚେଷ୍ଟା କରିଥିଲା । ଅନ୍ୟପଟେ ବିଏସପିର କଦାବର ବ୍ରାହ୍ଣଣ ନେତା ରାମବୀର ଉପାଧ୍ୟାୟ ପାର୍ଟିରୁ ଇସ୍ତଫା ଦେଇଦେଇଛନ୍ତି । ସେ ସାମଜବାଦୀ ପାର୍ଟିରେ ସାମିଲ ହୋଇପାରନ୍ତି ବୋଲି ସୂଚନା ମିଳୁଛି ।

Leave a Reply

Your email address will not be published. Required fields are marked *