କାହିଁକି ପାଳନ କରାଯାଏ ମକର ସଂକ୍ରାନ୍ତି: କ’ଣ ରହିଛି ବିଶେଷତ୍ୱ ?

(ଦ କୁଇଭର): ହିନ୍ଦୁମାନେ ବାର ମାସରେ ତେର ପର୍ବ ପାଳନ କରିଥାନ୍ତି । ସେଥିମଧ୍ୟରୁ ମକର ସଂକ୍ରାନ୍ତି ଅନ୍ୟତମ । ଏହି ଦିନ ସୂର୍ଯ୍ୟଦେବ ଦକ୍ଷିଣାୟନରୁ ଉତରାୟଣ ଗତିକୁ ପରିବର୍ତ୍ତନ ହୋଇଥାନ୍ତି । ଏହାଛଡ଼ା ସୂର୍ଯ୍ୟଦେବ ଧନୁ ରାଶିରୁ ମକର ରାଶିରେ ପ୍ରବେଶ କରିଥାନ୍ତି । ଏହାକୁ ସାରା ଭାରତ ବର୍ଷରେ ବଡ଼ ଆନନ୍ଦ ଉଲ୍ଲାସରେ ପାଳନ କରାଯାଏ । ଏହାକୁ ନୂଆବର୍ଷର ପ୍ରଥମ ପର୍ବ ବୋଲି ମଧ୍ୟ କୁହାଯାଏ । ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ନାମରେ ଏହାକୁ ପାଳନ କରାଯାଏ । ପଞ୍ଜାବ, ହରିୟାଣାରେ ଏହାକୁ ଲୋହରୀ,ବିହାରରେ ଖିଚଡ଼ି, ତାମିଲନାଡ଼ୁରେ ଲୋହରୀ ନାମରେ ପାଳନ କରାଯାଏ ।

ଏହିଦିନ ଠାରୁ ଦିନ ବଡ଼ ହେବା ସହିତ ରାତି ଛୋଟ ହୋଇ ସକରାତ୍ମକ ଶକ୍ତିର ବିକାଶ ହୋଇଥାଏ । ବିଶେଷ କରି ଏହି ଦିନ ନବାନ୍ନ ଚାଉଳକୁ ଠାକୁରଙ୍କ ପାଖରେ ଭୋଗ ଲଗାଯାଇଥାଏ । ଯାହାକୁ ମକର ଚାଉଳ ବୋଲି କୁହାଯାଏ । ଏହି ଦିନ ପିଲାମାନେ ଆନନ୍ଦ ଉଲ୍ଲାସର ସହ ଗୁଡ଼ି ଉଡ଼ାଇଥାନ୍ତି ।
ଐତିହାସିକ ପୃଷ୍ଠଭୂମି ଦୃଷ୍ଟିରୁ ଏହି ଦିନ ପିତାମହ ଭୀଷ୍ମ ଶରୀର ତ୍ୟାଗ କରିଥିଲେ । ସୂର୍ଯ୍ୟ ଏହି ଦିନ ତାଙ୍କ ପୁତ୍ର ଶନିଦେବଙ୍କୁ ଭେଟିବାକୁ ଯାଇଥାନ୍ତି । ଏହିଦିନ ମାତା ଗଙ୍ଗା ଭଗିରଥଙ୍କ ପଛେ ପଛେ ଆସି କପିଳ ମୁନିଙ୍କ ଆଶ୍ରମ ଦେଇ ସାଗରରେ ମିଶିଥିଲେ । ତେଣୁ ଏହି ଦିନଟି ଆମ ପାଇଁ ବିଶେଷ ମହତ୍ତ୍ୱ ରଖିଛି । ତେଣୁ ଏହି ଦିନଟିକୁ ହିନ୍ଦୁ ପର୍ବ ଅନୁଯାୟୀ ଏକ ବଡ଼ ପର୍ବ ହିସାବରେ ପାଳନ କରାଯାଏ ।

Leave a Reply

Your email address will not be published. Required fields are marked *