ବଢିଲା ପ୍ରଚାର କଟକଣା: ୨୨ ଯାଏଁ ନିର୍ବାଚନ ରାଲି ମନା

(ଦ କୁଇଭର): ବଢିଲା ପ୍ରଚାର କଟକଣା । ୨୨ ପର୍ଯ୍ୟନ୍ତ ୫ ରାଜ୍ୟର ପ୍ରଚାର କଟକଣାକୁ ବୃଦ୍ଧି କଲେ ମୁଖ୍ୟ ନିର୍ବାଚନ କମିଶନ । ୫ଟି ରାଜ୍ୟରେ ହେବାକୁଥିବା ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କଟକଣାକୁ ବୃଦ୍ଧି କରାଯାଇଛି। ନିର୍ବାଚନ ହେବାକୁ ଥିବା ରାଜ୍ୟରେ ଆସନ୍ତା ୨୨ ପର୍ଯ୍ୟନ୍ତ କଟକଣା ବୃଦ୍ଧି ହୋଇଛି। ଶୋଭାଯାତ୍ରା ଏବଂ ରୋଡ୍ ଶୋ’ ଉପରେ ରୋକ୍ ଲଗାଯାଇଛି। ଏହି କଟକଣାରେ ମୁଖ୍ୟତଃ ରାଜନୈତିକ ଦଳଗୁଡ଼ିକର ଶାରୀରିକ ଶୋଭାଯାତ୍ରା ଓ ସମାବେଶ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଗତ ସପ୍ତାହରେ ପାଞ୍ଚଟି ରାଜ୍ୟ ପାଇଁ ମତଦାନ କାର୍ଯ୍ୟସୂଚୀ ଘୋଷଣା କରାଯାଇଥିଲା। ସେଥିରେ ଜାନୁଆରୀ ୧୫ ପର୍ଯ୍ୟନ୍ତ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଏବଂ ମଣିପୁରରେ ନିର୍ବାଚନ ସମାବେଶ, ରୋଡ୍ ଶୋ ଏବଂ ବୈଠକକୁ ନିଷିଦ୍ଧ କରାଯାଇଥିଲା।

ଅନ୍ୟପଟେ,କରୋନା ସଂକ୍ରମଣକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଏବଂ ୫ଟି ରାଜ୍ୟର ମୁଖ୍ୟ ସ୍ୱାସ୍ଥ୍ୟ ସଚିବ ସ୍ଥିତି ଖରାପ ଥିବା ସମ୍ପର୍କରେ ନିର୍ବାଚନ ଆୟୋଗଙ୍କୁ ଅବଗତ କରିଥିଲେ। ସେମାନେ କହିଥିଲେ ଯେ ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ସଂକ୍ରମଣ ବନ୍ଦ ହୋଇନାହିଁ। କିନ୍ତୁ ଓମିକ୍ରନ୍ ଭାରିଆଣ୍ଟ ଡେଲଟା ଭଳି ଭୟଙ୍କର ନୁହଁ। ତଥାପି ଏହି ସମୟରେ କଟକଣା କୋହଳ କଲେ ବିପଦ ବଢ଼ିପାପରେ। ତେଣୁ ନିର୍ବାଚନ ସଂକ୍ରାନ୍ତୀୟ ଶୋଭାଯାତ୍ରା ଏବଂ ଶାରୀରିକ ପ୍ରଚାର ଉପରେ କଟକଣା ଲାଗୁ ପାଇଁ ପ୍ରସ୍ତବ ଦେଇଥିଲେ।

ଆଜି ସରିବାକୁ ଥିବା କଟକଣା ୨୨ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହି ୫ରାଜ୍ୟରେ ଇଣ୍ଡୋର ମିଟିଂ ପାଇଁ ରାଜନୈତିକ ଦଳଙ୍କୁ ସର୍ତ୍ତମୂଳକ ଅନୁମତି ଦିଆଯାଇଛି। ସର୍ବାଧିକ ୩ଶହ ଲୋକ ବା ହଲ କ୍ଷମତାର ୫୦%ରେ ହେବ ରାଜନୈତିକ ସଭା ଆୟୋଜନ କରାଯାଇପାରିବ। ରାଜନୈତିକ ଦଳ ଗୁଡ଼ି କୋଭିଡ୍ ପ୍ରୋଟୋକଲ ମାନିବାକୁ ପରାମର୍ଶ ଦିଆଯାଇଛି। କଟକଣା ନମାନିଲେ କଡ଼ା କାର୍ଯ୍ୟନୁଷ୍ଠାନ ମଧ୍ୟ ନିଆଯିବାର ବ୍ୟବସ୍ଥା ରହିଛି ।

Leave a Reply

Your email address will not be published. Required fields are marked *