ଟେଷ୍ଟ ଅଧିନାୟକ ପଦ ଛାଡ଼ିଲେ କୋହଲି

(ଦ କୁଇଭର): ବଡ଼ ନିଷ୍ପ୍‌ତ୍ତି ନେଲେ ବିରାଟ୍ । ଟିମ୍ ଇଣ୍ଡିଆର ଟେଷ୍ଟ ଅଧିନାୟକ ପଦ ଛାଡ଼ିଲେ ବିରାଟ କୋହଲି। ଏନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍କୁ ୨-୧ରେ ହାରିବାର ଦିନକ ପରେ ସେ ନେଇଛନ୍ତି ଏଭଳି ନିଷ୍ପତ୍ତି, ଯାହା ସମସ୍ତଙ୍କୁ ଆଶ୍ଚର‌୍ୟ୍ୟ କରି ଦେଇଛି। ପୂର୍ବରୁ ସେ ଟି ଟ୍ୱେଣ୍ଟି ଓ ଦିନିକିଆ ଅଧିନାୟକ ପଦ ବି ଛାଡ଼ିଥିଲେ।

ବିରାଟ ଟ୍ୱିଟ୍ କରି ଲେଖିଛନ୍ତି ଯେ, ଦଳକୁ ଠିକ୍ ଦିଗରେ ନେବା ପାଇଁ ସେ ୭ ବର୍ଷ ଧରି କଠିନ ପରିଶ୍ରମ କରିଛନ୍ତି। ସେ ତାଙ୍କ ଦାୟିତ୍ୱକୁ ସଂପୂର୍ଣ୍ଣ ସଚ୍ଚୋଟତାର ସହିତ ନିର୍ବାହ କରିଛନ୍ତି। ଏଥିରେ ସେ ଟିକେ ବି ଅବହେଳା କରି ନାହାନ୍ତି। ସବୁ କଥାର ଅନ୍ତ ଅଛି। ଆଉ ସେ ଭାରତୀୟ ଟିମ୍ର ଟେଷ୍ଟ ଅଧିନାୟକ ଭାବେ ପାଇଥିବା ଦାୟିତ୍ୱକୁ ଏବେ ଛାଡୁଛନ୍ତି। ଏହି ଯାତ୍ରାରେ ଉଭୟ ଖରାପ ଓ ଭଲ ସମୟ ଆସିଥିଲା। କିନ୍ତୁ ସେ କେବେ ବି ନିଜର ଶତପ୍ରତିଶତ ଦକ୍ଷତାର ଉପଯୋଗରୁ ଲକ୍ଷ୍ୟଚ୍ୟୁତ ହୋଇ ନଥିଲେ କି ନିଜ ଉପରୁ ବିଶ୍ୱାସ ହରାଇ ନଥିଲେ। ସେ ଯାହା ବି କରନ୍ତି ସେଥିରେ ସଦାବେଳେ ନିଜ ଦକ୍ଷତାର ୧୨୦ ପ୍ରତିଶତ ଦେବାକୁ ପ୍ରୟାସ କରନ୍ତି। ଯଦି ସେ କରି ନ ପାରନ୍ତି, ତା’ହେଲେ ତାହା ଠିକ୍ ନୁହେଁ ବୋଲି ମଧ୍ୟ ଜାଣନ୍ତି। ତାଙ୍କ ହୃଦୟ ପୂରା ସ୍ୱଚ୍ଛ। ସେ ତାଙ୍କ ଟିମ୍ ସହିତ ଛଳନା କରିପାରିବେ ନାହିଁ ବୋଲି ଲେଖିଛନ୍ତି।

Leave a Reply

Your email address will not be published. Required fields are marked *