ଗୋରଖପୁର ଆସନରୁ ନିର୍ବାଚନ ଲଢିବେ ଯୋଗୀ ଆଦିତ୍ୟନାଥ

(ଦ କୁଇଭର): ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଯେତେ ପାଖେଇ ଆସୁଛି, ନିର୍ବାଚନୀ ମାହୋଲ ସେତେ ସରଗରମ ହେବାରେ ଲାଗିଛି । ଗୋଟେପଟେ ଅନେକ ମନ୍ତ୍ରୀ ଓ ବିଧାୟକ ଯୋଗୀଙ୍କ ହାତ ଛାଡ଼ୁ ଥିବା ବେଳେ ସେପଟେ ସମାଜବାଦୀ ପାର୍ଟିକୁ କାଉଣ୍ଟର ଦେବା ପାଇଁ ଦଳିତ ସମାଜଙ୍କ ଘରେ ଯାଇ ଭୋଜନ କରିଛନ୍ତି ଯୋଗୀ ଆଦିତ୍ୟନାଥ । ସେପଟେ ଆଜି ଉତ୍ତରପ୍ରଦେଶ ନିର୍ବାଚନ ପାଇଁ ପ୍ରାଥୀଙ୍କ ନାମ ଘୋଷଣା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୋରଖପୁର ଆସନରୁ ନିର୍ବାଚନ ଲଢିବେ ।


ସେହିପରି ଡେପୁଟି ସିଏମ କେଶବ ପ୍ରସାଦ ମୌର୍ଯ୍ୟ ସିରାଥୁରୁ ନିର୍ବାଚନ ଲଢିବେ । ବିଜେପି କେନ୍ଦ୍ରୀୟ ନିର୍ବାଚନ ସମିତି ବୈଠକରେ ପାଖାପାଖି ୧୭୦ ଆସନ ରେ ଥିବା ଆଶାୟୀ ପ୍ରାର୍ଥୀଙ୍କ ନାଣ ଘୋଷଣା ହୋଇଛି । ପ୍ରଥମ ପର୍ଯ୍ୟାୟରେ ୫୮ ଆସନରୁ ୫୭ ଏବଂ ଦ୍ୱିତୀୟ ପର‌୍ୟ୍ୟାୟରେ ୫୫ ସିଟରୁ ୪୮ ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୋରଖପୁର ଆସନରୁ ନିର୍ବାଚନ ଲଢ଼ିବେ ବୋଲି ନିଷ୍ପତ୍ତି ହୋଇଛି। ପୂର୍ବରୁ ସେ ମଥୁରା କିମ୍ବା ଅଯୋଧ୍ୟାରୁ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ଜୋର ଧରିଥିଲା । କିନ୍ତୁ ଯୋଗୀ ତାଙ୍କ ଗଡ଼ ଭାବେ ପରିଚିତ ଗୋରଖପୁର ଆସନରୁ ହିଁ ନିର୍ବାଚନ ଲଢ଼ିବେ।

Leave a Reply

Your email address will not be published. Required fields are marked *