ଅଖିଲେଶଙ୍କୁ ବଡ଼ ଝଟକା: ବିଜେପିରେ ଯୋଗ ଦେଇପାରନ୍ତି ଭାଇବୋହୂ

(ଦ କୁଇଭର): ପାଖେଇ ଆସୁଛି ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ । ଏହାରି ଭିତରେ ୟୁପିରେ ରାଜନୀତି ମଧ୍ୟ ସରଗରମ୍ ହେବାର ଲାଗିଛି । ଉତ୍ତରପ୍ରଦେଶରେ ଦଳବଦଳ ପର୍ବ ଜାରି ରହିଛି । କିନ୍ତୁ ଖୋଦ୍ ଅଖିଲେଶ ଯାଦବଙ୍କ ଘରେ ରହିଛନ୍ତି ତାଙ୍କ ଶତ୍ରୁ । ସାଇକେଲ ଛାଡ଼ି ପଦ୍ମ ଧରିପାରନ୍ତି ଅଖିଲେଶ ଯାଦବଙ୍କ ଭାଇବୋହୂ । ଏନେଇ ରାଜନୈତିକ ମାହୋଲରେ ଚର୍ଚ୍ଚା ଜୋର ଧରିଛି । ସାଇକେଲ ଛାଡ଼ି ବିଜେପିକୁ ଡେଇଁବା ପାଇଁ ଯୋଜନା କରୁଛନ୍ତି ତାଙ୍କ ଭାଇବୋହୂ ଅପର୍ଣ୍ଣା ଯାଦବ ।

ମୂଲାୟାମ ସିଂଙ୍କ ସାନ ବୋହୂ ଅପର୍ଣ୍ଣା ଯାଦବ । ଅପର୍ଣ୍ଣା ହେଉଛନ୍ତି ମୂଲାୟାମ ସିଂଙ୍କ ଦ୍ୱିତୀୟ ସ୍ତ୍ରୀ ସାଧନା ଗୁପ୍ତାଙ୍କ ପୁଅ ପ୍ରତୀକ ଯାଦବଙ୍କ ସ୍ତ୍ରୀ । ୨୦୧୭ ବିଧାନସଭା ନିର୍ବାଚନରେ କେଣଟ ଆସନରୁ ସାଇକେଲ ଚିହ୍ନରେ ନିର୍ବାଚନ ଲଢି ଦ୍ୱିତୀୟ ସ୍ଥାନରେ ରହିଥିଲେ । ସେତେବେଳେ ତାଙ୍କୁ ମାତ୍ର ୬୩ ହଜାର ଭୋଟ୍ ମିଳିଥିଲା ।

ସମାଜବାଦୀ ପାର୍ଟିର ସାନବୋହୂ ଅପର୍ଣ୍ଣା ସବୁବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପ୍ରଶଂସା କରୁଥିବା ଦେଖିବାକୁ ମିଳୁଛି । ତେଣୁ ସେ ଚଳିତ ନିର୍ବାଚନରେ ବିଜେପିରେ ମିଶିବା ନେଇ ଚର୍ଚ୍ଚା ଜୋର ଧରିଛି । ରବିବାର ଅନୁରାଗ ଠାକୁରଙ୍କ ଉପସ୍ଥିତିରେ ଅନେକ ନେତା ବିଜେପିର ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଯଦି ଏହି କାର୍ଯ୍ୟକ୍ରମରେ ସେ ବିଜେପିରେ ଯୋଗ ଦିଅନ୍ତି, ତେବେ ଏହା ଅଖିଲେଶଙ୍କ ପାଇଁ ଏକ ବଡ଼ ଝଟକା ହେବ ବୋଲି କୁହାଯାଉଛି ।

Leave a Reply

Your email address will not be published. Required fields are marked *