ଟିକାକରଣକୁ ପୂରିଲା ବର୍ଷେ: ଏବେ ବି ୮ ପ୍ରତିଶତ ଲୋକ ନେଇ ନାହାନ୍ତି ଟିକା

(ଦ କୁଇଭର): ଦେଶରେ ଟିକାକରଣ ଅଭିଯାନକୁ ପୂରିଛି ବର୍ଷେ । ଗତବର୍ଷ ଠିକ୍ ଆଜିର ଦିନରେ ଅର୍ଥାତ୍ ଜାନୁଆରୀ ୧୬ ତାରିଖରେ ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କୁ ଟିକାକରଣ ଆରମ୍ଭ ହୋଇଥିଲା । ସେହିଦିନ ଠାରୁ ସାରା ଦେଶରେ ଟିକାକରଣ ଜାରି ରହିଛି । ଏପର୍ଯ୍ୟନ୍ତ ଆମ ଦେଶରେ ୧୫୭କୋଟି ଡୋଜ୍ ଭ୍ୟାକ୍ସିନ ଦିଆସରିଲାଣି । ଏବେ ମଧ୍ୟ ଟିକାକରଣ ଅଭିଯାନ ଜାରି ରହିଛି । ତଥାପି ଧାର୍ଯ୍ୟ ଟିକାକରଣ ହୋଇପାରିନାହିଁ । ସାରା ଦେଶରେ ଆଗକୁ କରୋନାର ତୃତୀୟ ଲହର ଆସୁଥିବାରୁ ଟିକାକରଣର ଆବଶ୍ୟକତା ବଢିଯାଇଛି ।

ସାରା ଦେଶରେ ସମସ୍ତ ବ୍ୟକ୍ତି କିପରି ଟିକା ନେଇପାରିବେ ସେ ନେଇ ଅଭିଯାନ ଜାରି ରହିଛି । ତଥ୍ୟ ଅନୁଯାୟୀ, ଦେଶରେ ୮ ପ୍ରତିଶତ ଲୋକ ଏଯାଏ ମଧ୍ୟ ଟିକା ନେଇ ନାହାନ୍ତି । ୩୧ ପ୍ରତିଶତ ଲୋକ ଟିକାର ଦ୍ୱିତୀୟ ଡୋଜ୍ ନେଇନାହନ୍ତି । ଏହାରି ମଧ୍ୟରେ ସାରା ଦେଶରେ ଆରମ୍ଭ ହୋଇଛି ୧୫ରୁ ୧୮ ବର୍ଷିୟଙ୍କୁ ଟିକାକରଣ । କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ବୁଷ୍ଟର ଡୋଜ୍ ମଧ୍ୟ ଆରମ୍ଭ ହେଲାଣି । ଏଯାବତ୍ ୩୮ ଲକ୍ଷ ଲୋକ ନେଲେଣି ବୁଷ୍ଟର ଡୋଜ୍ । ସେହିପରି ଆମ ରାଜ୍ୟ ଓଡିଶାରେ ୫ କୋଟି ୪୦ ଲକ୍ଷ ଟିକା ଦିଆସରିଲାଣି ।

Leave a Reply

Your email address will not be published. Required fields are marked *