Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ରୋଜଗାର ଦେବୁ: ନଦେଲେ ୩ ହଜାର ବେରୋଜଗାର ଭତ୍ତା ଦେବୁ

(ଦ କୁଇଭର): ପାଖେଇ ଆସୁଛି ୫ ରାଜ୍ୟର ବିଧାନସଭା ନିର୍ବାଚନ । ନିର୍ବାଚନ ଯେତେ ପାଖଉଛି ରାଜନୀତି ସେତେ ସରଗରମ୍ ହେବାରେ ଲାଗିଛି । ଏହାରି ଭିତରେ ଆମ୍ ଆଦମୀ ପାର୍ଟିର ପ୍ରଚାର ପାଇଁ ଗୋଆରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ସେଠାରେ ସେ ପହଞ୍ଚି ଘୋଷଣା କରିଛନ୍ତି ଯେ, ଗୋଆରେ ଆପ୍ ସରକାର ଗଢିଲେ ସମସ୍ତଙ୍କୁ ରୋଜଗାର ଦେଦ । ରୋଜଗାର ନ ଦେଇ ପାରିଲେ, ୩ ହଜାର ଲେଖାଏଁ ବେରାଜଗାର ଭତ୍ତା ଦେବ ।

ଏହାସହ କେଜ୍ରିୱାଲ କହିଛନ୍ତି, ସ୍ୱାଧିନ ଭାରତର ପ୍ରଥମ ସଚ୍ଚୋଟ ଦଳ ହେଉଛି ଆମ୍ ଆଦମୀ ପାର୍ଟି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ଆମକୁ ସଚ୍ଚୋଟତାର ସାର୍ଟିଫିକେଟ୍ ଦେଇଛନ୍ତି । ମୋଦୀ ମୋର ଓ ମନୀଷ ସିଶୋଦିଆଙ୍କ ବିରୋଧରେ ରେଡ଼ କରିଥିଲେ । ଆମର ୨୧ ବିଧାୟକଙ୍କୁ ଗିରଫ କରାଗଲା। ୪୦୦ ଫାଇଲ ଯାଞ୍ଚ କରାଗଲା କିନ୍ତୁ କିଛି ମିଳିଲା ନାହିଁ । ଆମେ ଭ୍ରଷ୍ଟାଚାର କରୁନାହୁଁ । ଗୋଆରେ ସରକାର ଗଢିଲେ ବହୁତ ସଚ୍ଚୋଟତାର ସହ ସରକାର ଚଳାଇବୁ ବୋଲି କହିଛନ୍ତି ଅରବିନ୍ଦ କେଜ୍ରିୱାଲ ।

ଅନ୍ୟପଟେ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଗୋଆରେ ଥରେ ବିଜେପି ଓ ଥରେ କଂଗ୍ରେସ ସରକାର ରହିଛି । କିନ୍ତୁ ବର୍ତ୍ତମାନ ଏମାନେ ମିଶି ଗୋଟିଏ ଦଳ ହୋଇଯାଇଛନ୍ତି । କଂଗ୍ରେସର ସମସ୍ତ ଲୋକ ଦଳ ଛାଡ଼ି ବିଜେପିରେ ଯୋଗ ଦେଲେଣି । ତେଣୁ ଏଥର ଲୋକ ଚାହୁଁଛନ୍ତି ପରିବର୍ତ୍ତନ । ଦିଲ୍ଲୀରେ ଆମ ସରକାର ଶିକ୍ଷା କ୍ଷେତ୍ରରେ ବହୁତ ଭଲ କାମ କରିଛି । ଯଦି ଗୋଆରେ ଆମ ସରକାର ବନେ, ତେବେ ଶିକ୍ଷା କ୍ଷେତ୍ରରେ ଭଲ ବ୍ୟବସ୍ଥା ଉପଲବ୍ଧ କରାଯିବ ।

Exit mobile version