ମାର୍ଚ୍ଚରୁ ଟିକା ନେବେ ୧୨ରୁ ୧୫ ବର୍ଷ ପିଲା

(ଦ କୁଇଭର): କରୋନା କବଳରେ ସାରା ଦେଶ । କରୋନାକୁ ନେଇ ଏବେ ସବୁଠି କୋକୁଆ ଭୟ । କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଏବେ ସମସ୍ତଙ୍କର ଚିନ୍ତା ବଢିଯାଇଛି । ଏହାରି ଭିତରେ ଦେଶରେ ଟିକାକରଣକୁ ବର୍ଷେ ପୂରିଛି । ଗତକିଛି ଦିନ ତଳେ ୧୫ରୁ ୧୮ ବର୍ଷ ପିଲାଙ୍କ ପାଇଁ ଟିକାକରଣ ଆରମ୍ଭ ହୋଇଥିବା ବେଳେ ମାର୍ଚ୍ଚ ପ୍ରଥମ ସପ୍ତାହରୁ ୧୨ରୁ ୧୫ ବର୍ଷ ପିଲାଙ୍କୁ ଟିକାକରଣ କରାଯିବ ବୋଲି ସୂଚନା ମିଳିଛି ।

୧୨ରୁ ୧୫ ବର୍ଷ ପିଲାଙ୍କ ପାଇଁ ଟିକାକରଣ ପାଇଁ ଜାତୀୟ ବୈଷୟିକ ପରାମର୍ଶଦାତା ଗୋଷ୍ଠୀ ମୁଖ୍ୟ ଏନ.କେ. ଆରୋର। ଏହି ସୂଚନା ଦେଇଛନ୍ତି । ଅନ୍ୟପଟେ ଜାନୁଆରୀ ୩ ତାରିଖରୁ ୧୫ ରୁ ୧୮ ବର୍ଷ ପିଲାଙ୍କୁ ଟିକାକରଣ ଅଭିଯାନ ସାରା ଦେଶରେ ଆରମ୍ଭ ହୋଇଛି । ଫେବୃଆରୀ ଶେଷ ସୁଦ୍ଧା ୧୫ରୁ ୧୮ ବର୍ଷିୟ ପିଲାଙ୍କ ଟିକାକରଣ ଶେଷ କାରିବାକୁ ଧାର୍ଯ୍ୟ ରଖାଯାଇଛି । ତେଣୁ ୧୨ରୁ ୧୫ ବର୍ଷ ପିଲା ମଧ୍ୟ ଟିକା ନେଇପାରିବେ ବୋଲି କୁହାଯାଉଛି ।

Leave a Reply

Your email address will not be published. Required fields are marked *