ରାଜଧାନୀରେ ପୁଣି ଛୁରାମାଡ଼

(ଦ କୁଇଭର): ରାଜଧାନୀରେ ପୁଣି ଛୁରାମାଡ଼ । ପୁଣି ରାଜଧାନୀ ଭୁବନେଶ୍ୱରରେ ଛୁରାମାଡ଼ ହୋଇଛି । ପାରିବାରିକ କଳହକୁ କେନ୍ଦ୍ର କରି ସ୍ତ୍ରୀକୁ ଛୁରି ଭୁସିଲା ସ୍ୱାମୀ । ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ବଙ୍ଗାଳିବସ୍ତିରେ ଘଟିଛି ଏହି ଅଘଟଣ । ଆକ୍ରମଣ ପରେ ଗୁରୁତର ଅବସ୍ଥାରେ ମହିଳାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ପତ୍ନୀ କଳ୍ପନାଙ୍କୁ ଆକ୍ରମଣ ଅଭିଯୋଗରେ ସ୍ୱାମୀ ଦୁର୍ଗାମାଧବ ମହାପାତ୍ର ଲକ୍ଷ୍ମୀସାଗର ଥାନାରେ ଅଟକ ରହିଛି । ପୋଲିସ ଅଧିକ ତଦନ୍ତ ଚଳାଇଛି ।

ସୂଚନା ଯୋଗ୍ୟ, ଗତ କିଛି ଦିନ ତଳେ ସହିଦ ନଗର ଥାନା ଅନ୍ତର୍ଗତ ସୈନିକ ସ୍କୁଲ ନିକଟରେ ଛୁରାମାଡ଼ କରାଯାଇଥିଲା। ଛୁରାମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବାବେଳେ ଆଉ ଜଣେ ଆହତ ହୋଇ ଥିଲେ।

Leave a Reply

Your email address will not be published. Required fields are marked *