ଆବୁଧାବି ଏୟାରପୋର୍ଟରେ ଡ୍ରୋନ୍ ଆକ୍ରମଣ

(ଦ କୁଇଭର): ଆବୁଧାବି ଆନ୍ତର୍ଜାତୀୟ ଏୟାରପୋର୍ଟରେ ଡ୍ରୋନ୍ ଆକ୍ରମଣ । ଏୟାରପୋର୍ଟ ନିକଟରେ ଥିବା ତେଲ ଟ୍ୟାଙ୍କର ଉପରେ ଡ୍ରୋନ୍ ଆକ୍ରମଣ ହୋଇଥିବା ସୂଚନା ମିଳିଛି । ୩ଟି ତେଲ ବୋଝେଇ ଟ୍ୟାଙ୍କରରେ ବଡ଼ ଧରଣର ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି । ବିସ୍ଫୋରଣ ପରେ ତେଲ ଟ୍ୟାଙ୍କରରେ ବଡ଼ ଧରଣର ଅଗ୍ନିକାଣ୍ଡ ହୋଇଛି । ଏହି ଆକ୍ରମଣରେ କ’ଣ ସବୁ କ୍ଷୟକ୍ଷତି ହୋଇଛି, ସେକଥା ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନି। କିନ୍ତୁ ୟେମେନରେ ଥିବା ଇରାନ ସମର୍ଥିକ ଇହୁଦି ବିଦ୍ରୋହୀ ଗୋଷ୍ଠୀ ପକ୍ଷରୁ ଏପରି ଆକ୍ରମଣ କରାଯାଇଥିବା ଅନୁମାନ କରାଯାଉଛି ।

https://youtu.be/GwAVQpgMJZU

ଏହାପୂର୍ବରୁ ୨୦୧୯ ସେପ୍ଟେମ୍ବର ୨୪ରେ ୟୁଏଇର ଦୁଇଟି ବିଶାଳ ତେଳ ଟାଙ୍କି ଉପରେ ସମାନ ଧରଣର ଆକ୍ରମଣ ହୋଇଥିଲା। ଏହା ପଛରେ ଇହୁଦି ବିଦ୍ରୋହୀ ଗୋଷ୍ଠୀଙ୍କର ହାତ ଥିଲା। ଆଜି ମଧ୍ୟ ସଂଗଠନ ହମଲା ପାଇଁ ନିଜକୁ ଦାୟୀ କରିଛି।

Leave a Reply

Your email address will not be published. Required fields are marked *