ଖୁବଶୀଘ୍ର କରୋନା ମହାମାରୀର ଅନ୍ତ !

(ଦ କୁଇଭର): ସାରା ବିଶ୍ୱରେ ବଢୁଛି କରୋନା ଆତଙ୍କ । କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ କବଳରେ ସାରା ବିଶ୍ୱ । ଭାରତ ସମେତ ଅନେକ ଦେଶ ବର୍ତ୍ତମାନ ଓମିକ୍ରନ କବଳରେ କବଳିତ । କରୋନାର ଏହି ନୂଆ ଭାରିଆଣ୍ଟ ଦ୍ରୁତ ଗତିରେ ଲୋକଙ୍କୁ ସଂକ୍ରମିତ କରିବାରେ ଲାଗିଛି । ଏହାରି ଭିତରେ ଆସିଛି ଏକ ଆଶ୍ୱସ୍ତିକର ଖବର । ନିକଟରେ ୱାସିଂଟନର ଏକ ବୈଜ୍ଞାନିକ ତଥା ବାଇରୋଲୋଜିଷ୍ଟ କତୁବ ମହମ୍ମଦ କହିଛନ୍ତି, ସବୁଦିନ ପାଇଁ ରହିବନି ଓମିକ୍ରନ ଭାରିଆଣ୍ଟ । ଖୁବଶୀଘ୍ର ଏହାର ଅନ୍ତ ଘଟିବ । ଖୁବ୍ ଜଲଦି ଆମକୁ ଫେସମାସ୍କରୁ ମୁକ୍ତି ମିଳିବ ।

୧୬ ଜାନୁଆରୀ ୨୦୨୧ରେ ଦେଶବ୍ୟାପୀ ଟିକାକରଣ ଆରମ୍ଭ ହୋଇଥିଲା । ଏବଂ ଏହି ଟିକାକରଣ ବର୍ଷେ ସୁଦ୍ଧା ୧୫୬ କୋଟି ଟିକାକରଣରେ ରେକର୍ଡ ସୃଷ୍ଟି କରିଛି । ଏହା ଉପରେ ଡାକ୍ତର କତୁବ କହିଛନ୍ତି କରୋନା ସହିତ ଲଢେଇ କରିବା ପାଇଁ ଟିକା ହେଉଛି ଏକମାତ୍ର ଅସ୍ତ୍ର । ଏହାସହ ସେ କହିଛନ୍ତି ଆମ ପାଖରେ ଟିକା, ଆଣ୍ଟିଭାଇରାଲ ଏବଂ ଆଣ୍ଟିବଡ଼ି ଭଳି ପ୍ରମୁଖ ଅସ୍ତ୍ର ଅଛି । ଯାହାକୁ ଆମେ ଜୀବାଣୁ ବିରୋଧରେ ପ୍ରୟୋଗ କରିଛୁ ।

ଅନ୍ୟପଟେ ସେ କହିଛନ୍ତି, ନିୟମିତ ଭାବେ ମାସ୍କ ପିନ୍ଧିବା, ହାତ ସାନିଟାଇଜ୍ କରିବା ଏବଂ ସାମାଜିକ ଦୂରତା ରକ୍ଷା କରିବା ଦ୍ୱାରା ଆମେ କରୋନାକୁ ମାତ୍ ଦେଇପାରିବା । ଏହାସହ ସେ କହିଛନ୍ତି ଆଗକୁ ଯଦି ଆଉ କିଛି ବି ନୂଆ ଭାରିଆଣ୍ଟ ଆସେ ତେବେ ଆମକୁ ଡରିବାର ନାହିଁ । ଦୃଢତାର ସହିତ ମୁକାବିଲା କରିବାକୁ ପଡ଼ିବ ।

Leave a Reply

Your email address will not be published. Required fields are marked *