ପଞ୍ଜାବ ପାଇଁ ଆପ୍ ଘୋଷଣା କଲା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

(ଦ କୁଇଭର): ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ସରଗରମ ହୋଇଛି ପଞ୍ଜାବ ରାଜନୀତି । ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ଆମ୍ ଆଦମୀ ପାର୍ଟି ତା’ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛି। ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଭଗୱନ୍ତ ମାନ ଙ୍କୁ ପଞ୍ଜାବ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି। ସାଧାରଣ ଲୋକଙ୍କ ଭୋଟ ଆଧାରରେ ଏହି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚୟନ କରାଯାଇଛି। ଭଗୱନ୍ତ ମାନ ଏବେ ଆପର ପଞ୍ଜାବ ୟୁନିଟ୍ ମୁଖ୍ୟ ହେବା ସହ ସାଙ୍ଗରୁର ଲୋକସଭା ଆସନରୁ ଆପର ସାଂସଦ ମଧ୍ୟ ଅଛନ୍ତି।

କିଛି ଦିନ ତଳେ ପଞ୍ଜାବର ଆପର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀକୁ ବାଛିବା ପାଇଁ ଏକ ନମ୍ବର ଜାରି କରାଯାଇଥିଲା । ଯେଉଁଥିରେ ଲୋକମାନେ ଫୋନ୍ କରି ନିଜର ମନ ପସନ୍ଦର ପ୍ରାର୍ଥୀ ନାମ ଦେଇପାରିବେ । ବିଭିନ୍ନ ମାଧ୍ୟମରେ ୨୧ ଲକ୍ଷ ୫୯ ଲକ୍ଷ ଲୋକ ଭୋଟ୍ କରିଥିଲେ। ସେଥିରୁ ୯୩.୩% ଲୋକ ଭଗୱନ୍ତ ମାନ୍ଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ପସନ୍ଦ କରିଥିଲେ। ଆଉ କିଛି ଲୋକ ତାଙ୍କୁ ବି ମୁଖ୍ୟମନ୍ତ୍ରୀ ହେବାକୁ ପସନ୍ଦ କରିଥିଲେ ବୋଲି କହିଛନ୍ତି କେଜ୍ରିୱାଲ। ପବ୍ଲିକ୍ ଭୋଟି ଅନୁଯାୟୀ ମୁଖ୍ୟମନ୍ତ୍ରୀ ପାଇଁ ପ୍ରଥମ ପସନ୍ଦ ଭଗୱନ୍ତ ସିଂହ ମାନ ହିଁ ଥିଲେ। ଦ୍ୱିତୀୟ ସ୍ଥାନରେ ନବଜୋତ ସିଂହ ସୁଦ୍ଧଙ୍କ ନାଁ ଥିଲା ବୋଲି କହିଛନ୍ତି ଆପ୍ ମୁଖ୍ୟ।

Leave a Reply

Your email address will not be published. Required fields are marked *