ୟୁପି ନିର୍ବାଚନରେ ଦିଦି

(ଦ କୁଇଭର): ପୁଣି ନିର୍ବାଚନ ମୈଦାନକୁ ଓହ୍ଲାଇଲେ ଦିଦି । ଏଥର ପଶ୍ଚିମବଙ୍ଗ ନୁହେଁ ଉତ୍ତରପ୍ରଦେଶରେ ଯୋଗୀଙ୍କୁ ଦେବେ କଡ଼ା ଟକ୍କର । ସମାଜବାଦୀ ପାର୍ଟିକୁ ଜିତାଇବା ପାଇଁ ଅଣ୍ଟାଭିଡିଲେ ଦିଦି । ସାଇକେଲକୁ ଜିତାଇବା ପାଇଁ ଆରମ୍ଭ କଲେ ଅଭିଯାନ । ଅଖିଲେଶଙ୍କ ସହ ମିଶି କରିବେ ନିର୍ବାଚନ ପ୍ରଚାର । ସାମଜବାଦୀ ପାର୍ଟିକୁ ଜିତାଇବା ପାଇଁ କାନି ଭିଡ଼ିଛନ୍ତି ଦିଦି । ୫ ରାଜ୍ୟରେ ଆରମ୍ଭ ହୋଇଛି ବିଧାନସଭା ନିର୍ବାଚନ ପ୍ରଚାର । ନିର୍ବାଚନ ଯେତେ ପାଖେଇ ଆସୁଛି, ପ୍ରଚାର ମାହୋଲ ସେତେ ସରଗରମ୍ ହେବାରେ ଲାଗିଛି । କରୋନା କଟକଣା ଭିତରେ ସବୁ ଦଳ ଭର୍ଚୁଆଲ ପ୍ରଚାର ମାଧ୍ୟମରେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଜି ଯାନ୍ ଲାଗାଇ ଦେଇଛନ୍ତି । ଏହାରି ଭିତରେ ସମାଜବାଦୀ ପାର୍ଟିକୁ ମିଳିଛି ତୃଣମୂଳ କଂଗ୍ରେସର ସମର୍ଥନ । ତୃଣମୂଳ କଂଗ୍ରେସର ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୟୁପିରେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଲେଶ ଯାଦବଙ୍କ ସହ ଭୋଟ୍ ମାଗିବେ । ୮ ଫେବୃଆରୀରେ ମମତା ବାନାର୍ଜୀ ରାଜଧାନୀ ଲକ୍ଷେ୍ନøରେ ସମାଜବାଦୀ ପାର୍ଟିର ଭର୍ଚ୍ଚୁଆଲ ରାଲିକୁ ସମ୍ବୋଧିତ କରିବେ । କେବଳ ଲକ୍ଷେ୍ନø ନୁହେଁ ଟିଏମସି ନେତ୍ରୀ ମମତା ବାନାର୍ଜୀ ମୋଦିଙ୍କ ସଂସଦୀୟ କ୍ଷେତ୍ର ବାରଣାସୀରୁ ମଧ୍ୟ ସମାଜବାଦୀ ପାର୍ଟି ପାଇଁ ପ୍ରଚାର କରିବେ ।

ଏହାପୂର୍ବରୁ ଦିଦି ଓ ଅଖିଲେଶ ମିଶି ଶୋଭାଯାତ୍ରା କରିବେ ବୋଲି ଚର୍ଚ୍ଚା ଜୋର ଧରିଥିଲା । କିନ୍ତୁ କରୋନା ସଂକ୍ରମଣ ଯୋଗୁଁ ନିର୍ବାଚନ କମିଶନ ଲଗାଇଥିବା କଟକଣାକୁ ଦୃଷ୍ଟିରେ ରଖି ଏହି ପ୍ରଚାରକୁ ସ୍ଥଗିତ ରଖାଯାଇଥିଲା । କରୋନା ସଂକ୍ରମଣ ଯୋଗୁଁ ୨୨ ଜାନୁଆରୀ ପର୍ଯ୍ୟନ୍ତ ରାଲି ଓ ରୋଡ ଶୋ ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର । ୨୨ ଜାନୁଆରୀ ପରେ ପ୍ରଚାର ପାଇଁ ସମୀକ୍ଷା କରିବେ ନିର୍ବାଚନ କମିଶନ । ସେ ପର୍ଯ୍ୟନ୍ତ ଡିଜିଟାଲ ପ୍ରଚାର କରିବେ ସବୁ ଦଳ ।

ଗତମାସ ଦିଦି କହିଥିଲେ ଯଦି ଦରକାର ପଡ଼େ ଟିଏମସି ଉତ୍ତରପ୍ରଦେଶରେ ଅଖିଳେଶଙ୍କୁ ସମର୍ଥନ କରିବାକୁ ପ୍ରସ୍ତୁତ ଅଛି । ପଶ୍ଚିମବଙ୍ଗରେ ବିଜେପିକୁ ଚିତ ପଟାଙ୍ଗ କରିବା ପରେ ଏବେ ଉତ୍ତରପ୍ରଦେଶ ମୁହାଁ ହୋଇଛନ୍ତି ଦିଦି । ୟୁପିରେ ଅଖିଲେଶଙ୍କ ସହ ମିଶି ଯୋଗୀଙ୍କୁ କେଉଁପ୍ରକାର ଚେକ୍ ଦେଇଛନ୍ତି ତାହା ଉପରେ ରହିଛି ସମସ୍ତଙ୍କର ନଜର । ଏହାସହ ଉତ୍ତରପ୍ରଦଶେରେ ଦିଦି-ଅଖିଲେଶ ଯୋଡ଼ି କେତେ ସଫଳ ହେଉଛନ୍ତି ତାହା ବର୍ତ୍ତମାନ ଦେଖିବାର ବିଷୟ ।

Leave a Reply

Your email address will not be published. Required fields are marked *