ରାଜ୍ୟରୁ ପୁଣି ୧୪୫ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

(ଦ କୁଇଭର): ଓମିକ୍ରନ ଆକ୍ରାନ୍ତଙ୍କୁ ନେଇ ଆସିଲା ବଡ଼ ଖବର । ଓଡ଼ିଶାରୁ ଆଉ ୧୪୫ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୪୯ଟି ସାମ୍ପଲର ଜିନମ୍ ସିକ୍ୟୁଏନ୍ସିଂରୁ ୧୪୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ଜାନୁଆରୀ ୯ରୁ ୧୬ ତାରିଖ ମଧ୍ୟରେ ୨୪୯ଟି ସାମ୍ପଲ ପଠାଯାଇଥିଲା । ଏହାକୁ ମିଶାଇ ରାଜ୍ୟର ମୋଟ୍ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୩୪୭କୁ ବୃଦ୍ଧି ପାଇଛି । ଏନେଇ ସ୍ୱାସ୍ଥ୍ୟ ବିଭାଗକୁ ସୂଚନା ଦେଇଛି ଆଇଏଲଏସ୍ ।

ଅନ୍ୟପଟେ ଆଜି ସାରା ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୧,୬୦୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯେଉଁଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪,୩୪୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହା ବର୍ତ୍ତମାନ ସମସ୍ତଙ୍କର ଚିନ୍ତା ବଢାଇ ଦେଇଛି ।

Leave a Reply

Your email address will not be published. Required fields are marked *