ସାଇକେଲ ଛାଡ଼ି ପଦ୍ମ ଧରିଲେ ଅଖିଲେଶଙ୍କ ଭାଇ ବୋହୂ

(ଦ କୁଇଭର) ଅଖିଲେଶ ଯାଦବଙ୍କୁ ବଡ଼ ଧଟକା । ସାଇକେଲ ଛାଡ଼ି ପଦ୍ମ ଧରିଲେ ଅପର୍ଣ୍ଣା ଯାଦବ । ଆଜି ବିଧିବଦ୍ଧ ଭାବେ ବିଜେପିରେ ମିଶିଛନ୍ତି ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଲେଶ ଯାଦବଙ୍କ ଭାଇବୋହୂ । ସମାଜବାଦୀ ପାର୍ଟିର ହାତ ଛାଡ଼ି ବିଜେପି ହାତ ଧରିଛନ୍ତି ମୁଲାୟାମ ସିଂ ଯାଦବଙ୍କ ସାନ ବୋହୂ ଅପର୍ଣ୍ଣା । ବିଜେପି ରାଜ୍ୟ ସଭାପତି ସ୍ୱତନ୍ତ୍ର ଦେବ ସିଂହ ତାଙ୍କୁ ବିଜେପିରେ ସାମିଲ କରାଇଛନ୍ତି । ଏହି ମିଶ୍ରଣପର୍ବରେ ଉତ୍ତରପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୋର୍ଯ୍ୟ ମଧ୍ୟ ଉପସ୍ଥିତ ଥିଲେ ।

ଅପର୍ଣ୍ଣା ଯାଦବ ସାଇକେଲ ଛାଡ଼ି ପଦ୍ମ ଧରିବେ ବୋଲି ବହୂ ଦିନ ପୂର୍ବରୁ ଚର୍ଚ୍ଚା ଜୋର ଧରିଥିଲା । ମୂଲାୟାମ ସିଂଙ୍କ ସାନ ବୋହୂ ହେଉଛନ୍ତି ଅପର୍ଣ୍ଣା ଯାଦବ । ଅପର୍ଣ୍ଣା ହେଉଛନ୍ତି ମୂଲାୟାମ ସିଂଙ୍କ ଦ୍ୱିତୀୟ ସ୍ତ୍ରୀ ସାଧନା ଗୁପ୍ତାଙ୍କ ପୁଅ ପ୍ରତୀକ ଯାଦବଙ୍କ ସ୍ତ୍ରୀ । ୨୦୧୭ ବିଧାନସଭା ନିର୍ବାଚନରେ କେଣଟ ଆସନରୁ ସାଇକେଲ ଚିହ୍ନରେ ନିର୍ବାଚନ ଲଢି ଦ୍ୱିତୀୟ ସ୍ଥାନରେ ରହିଥିଲେ । ସେତେବେଳେ ତାଙ୍କୁ ମାତ୍ର ୬୩ ହଜାର ଭୋଟ୍ ମିଳିଥିଲା ।

Leave a Reply

Your email address will not be published. Required fields are marked *