ଚଳିତ ବର୍ଷ ଗଣତନ୍ତ୍ର ଦିବସରେ ଯୋଗ ଦେବେନି ବିଦେଶୀ ଅତିଥି

(ଦ କୁଇଭର): ଚଳିତ ବର୍ଷ ଗଣତନ୍ତ୍ର ଦିବସ ପରେଡରେ କୌଣସି ବିଦେଶୀ ରାଷ୍ଟ୍ରାଧ୍ୟକ୍ଷ ମୁଖ୍ୟ ଅତିଥି ଭାବରେ ଯୋଗଦେବେ ନାହିଁ। ନ୍ୟୁଜ୍ ଏଜେନ୍ସି ପିଟିଆଇ ସୂତ୍ରରୁ ପ୍ରକାଶ ଯେ, କରୋନା ମାମଲା ବୃଦ୍ଧି ହେତୁ କେନ୍ଦ୍ର ସରକାର ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏଥିରେ କୁହାଯାଇଛି ଯେ ଚଳିତ ଥର କୌଣସି ବିଦେଶୀ ନେତା ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବେ ନାହିଁ, କିନ୍ତୁ ପରଦିନ ଅର୍ଥାତ୍ ଜାନୁଆରୀ ୨୭ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଥମ ଭାରତ-ମଧ୍ୟ ଏସିଆ ସମ୍ମିଳନୀକୁ ସମ୍ବୋଧିତ କରିବେ।

ସବୁଠାରୁ ଉଲ୍ଲେଖନୀୟ ବିଷୟ ହେଉଛି, କରୋନା ମହାମାରୀ ହେତୁ କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ କୌଣସି ବିଦେଶୀ ନେତାଙ୍କୁ ମୁଖ୍ୟ ଅତିଥି ଭାବରେ ଗ୍ରହଣ କରାଯାଉ ନାହିଁ। ୨୦୨୧ ମସିହାରେ, ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କୁ ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବରେ ନିମନ୍ତ୍ରଣ କରାଯାଇଥିଲା ଜ୍ଝ ଅବଶ୍ୟ, ସେତେବେଳେ ବ୍ରିଟେନରେ କରୋନା ମହାମାରୀ ହଇଚଇ ସୃଷ୍ଟି କଲା ଏବଂ ଶେଷରେ ଜନସନ ଭାରତକୁ ଆସିବାକୁ ଅକ୍ଷମତା ପ୍ରକାଶ କଲେ ।

ଅନ୍ୟପକ୍ଷରେ, ଜାନୁୟାରୀ ୨୭ ରେ ହେବାକୁ ଥିବା ମଧ୍ୟ ଏସିଆ ସମ୍ମିଳନୀରେ କାଜାଖସ୍ତାନ, କିର୍ଗିଜଜ ରିପବ୍ଲିକ୍, ତାଜିକିସ୍ତାନ, ତୁର୍କମେନିସ୍ତାନ ଏବଂ ଉଜବେକିସ୍ତାନର ରାଷ୍ଟ୍ରପତିମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଯୋଗଦେବେ।

Leave a Reply

Your email address will not be published. Required fields are marked *