କରହଲ ବିଧାନସଭା ଆସନରୁ ନିର୍ବାଚନ ଲଢିବେ ଅଖିଲେଶ ଯାଦବ

(ଦ କୁଇଭର): ୟୁପି ନିବାଚନ ଯେତେ ପାଖେଇ ଆସୁଛି ନିର୍ବାଚନ ମାହୋଲ ସେତେ ସରଗରମ୍ ହେବାରେ ଲାଗିଛି । ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟ ଓ ବିଜେପି ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି । ଗୋରଖପୁର ଆସନରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ବାଚନ ଲଢିବାକୁ ଯାଉଛନ୍ତି । ସେପଟେ ଯୋଗୀଙ୍କୁ ପ୍ରଚାର ମୈଦାନକୁ ଓହ୍ଲାଇବା ଦେଖି ସମ୍ଭାଳିପାରିନଥିଲେ ଅଖିଲେଶ । ଶେଷରେ ନିର୍ବାଚନ ନଲଢିବାକୁ କହିଥିବା ଅଖିଲେଶ ଚଳିତ ବର୍ଷ ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେଇଛନ୍ତି । ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ମେନପୁରୀର କରହଲ ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ।

ନ୍ୟୁଜ୍ ଏଜେନ୍ସି ଏନଆଇର ସୂତ୍ରରୁ ଜଣାପଡିଛି ଯେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ମେନ୍ପୁରୀର କରହଲ ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି। ନିର୍ବାଚନ ନଲଢିବାକୁ କହିଥିବା ଅଖିଲେଶ ଯାଦବ ବର୍ତ୍ତମାନ ଯୋଗୀଙ୍କୁ ଟକ୍କର ଦେବାକୁ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି । ପୂର୍ବରୁ ମୂଲାୟାମ ସିଂ ଯାଦବ ମଧ୍ୟ ଏହି ଆସନରୁ ନିର୍ବାଚନ ଲଢି ବିଧାନସଭାକୁ ଯାଇଥିଲେ । ତେଣୁ ଏହି ସଟ୍ରୁ ନିର୍ବାଚନ ଲଢିବାକୁ ନିଷ୍ପତି ନେଇଛି ସମାଜବାଦୀ ପାର୍ଟି ।

Leave a Reply

Your email address will not be published. Required fields are marked *