ସମୁଦ୍ରରେ ବୁଡ଼ିଯିବ ଇଣ୍ଡୋନେସିଆର ରାଜଧାନୀ

(ଦ କୁଇଭର): ସମୁଦ୍ରରେ ବୁଡ଼ିଯିବ ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତା । ପାଣିପାଗ ପରିବର୍ତ୍ତନ ଯୋଗୁଁ କିଛି ସହର ସମୁଦ୍ରରେ ବୁଡିଯିବ ବୋଲି କିଛିଦିନ ପୂର୍ବରୁ ଗଣମାଧ୍ୟମରେ ଖବର ପ୍ରସାର ହେଉଥିଲା । ମାତ୍ର ତାହା କିଛି ସ୍ଥାନରେ ସତ ହେବାକୁ ଯାଉଛି । ଏହା ମଧ୍ୟରେ ରହିଛି ଗୋଟିଏ ଗୁରୁତ୍ୱପୁର୍ଣ୍ଣ ସ୍ଥାନ । ସେ ହେଉଛି ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତା । ଜାକର୍ତ୍ତାର ଅଧାରୁ ଅଧିକ ପରିମାଣ ସମୁଦ୍ରରେ ବୁଡିଗଲାଣି । ତେଣୁ ଖୁବଶୀଘ୍ର ଏହା ସବୁଦ୍ରରେ ସମ୍ପୂର୍ଣ୍ଣ ବୁଡ଼ିଯିବ ବୋଲି ସୂଚନା ମିଳିଛି । ଏଠାରୁ ରାଜଧାନୀକୁ ନୁସନ୍ତାରାକୁ ସ୍ଥାନାନ୍ତରିତ ହୋଇଛି।

ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତା ସମୁଦ୍ରରେ ବୁଡ଼ିଯାଉଥିବାରୁ ଦେଶର ରାଜଧାନୀକୁ ନୁସନ୍ତାରାକୁ ଉଠାଇ ନେବା ପାଇଁ ମଙ୍ଗଳବାର ଦିନ ଇଣ୍ଡୋନେସୀୟ ପାର୍ଲାମେଣ୍ଟ୍ ଆଇନ ପାସ୍ କରିଛି। ଇଣ୍ଡୋନେସିଆର ରାଜଧାନୀ ସ୍ଥାନାନ୍ତର କରିବା ଯୋଜନା ରାଷ୍ଟ୍ରପତି ଜୋକୋ ୱିଇଡୋଡୋ ୨୦୧୯ରେ ପ୍ରଥମେ ଘୋଷଣା କରିଥିଲେ। ପ୍ରାୟ ୮୦ଟି ସ୍ଥାନର ନାମରୁ ୱିଇଡୋଡୋ ନୁସଂତାରାକୁ ମନୋନୀତ କରିଥିଲେ।

ଜଳବାୟୁ ପରିବର୍ତ୍ତନ ଯୋଗୁଁ ଜାକର୍ତ୍ତାରେ ବନ୍ୟାଞ୍ଚଳ ହୋଇପଡ଼ିବାରୁ ରାଜଧାନୀ ସ୍ଥାନାନ୍ତରଣ ଯୋଜନା କରାଯାଇଥିଲା। ଖାଲି ସେତିକି ନୁହେଁ ଏହି କୋଟି କୋଟି ଜନତା ବାସ କରୁଥିବା ବିଶାଳ ନଗରୀରେ ଭୀଷଣ ଭିଡ଼ ଏବଂ ବାୟୁ ପ୍ରଦୂଷଣ ମଧ୍ୟ ଲାଗି ରହିଛି। ତେଣୁ ଜାକର୍ତ୍ତାରୁ ରାଜଧାନରୀ ସ୍ଥାନାନ୍ତଋଚ୍ଚ ନିଷ୍ପତ୍ତି ନେଇଛି ଇଣ୍ଡୋନେସିଆ ।

Leave a Reply

Your email address will not be published. Required fields are marked *