ଆଉ ଦରକାର ନାହିଁ ମାସ୍କ: କରୋନା କଟକଣା ହଟାଇଲା ଏହି ଦେଶ

(ଦ କୁଇଭର): କୋହଳ ହେଲା କରୋନା କଟକଣା । ବ୍ରିଟେନରେ କରୋନା କଟକଣାକୁ ହଟାଇ ଦେଇଛନ୍ତି ବୋରିସ୍ ଜନସନ୍ । ସାରା ବିଶ୍ୱରେ କରୋନା ମାହାମାରୀ ବଢି ଚାଲିଥିବା ବେଳେ ଏନେଇ ବଡ଼ ଘୋଷଣା କରିଛନ୍ତି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ । ମାସ୍କ ପିନ୍ଧିବା ସହ ଅନ୍ୟ କରୋନା କଟକଣା ହଟାଇବା ନେଇ ଘୋଷଣା କରିଛନ୍ତି ବ୍ରିଟେନ୍ ପ୍ରଧାନମନ୍ତ୍ରୀ । ବର୍ତ୍ତମାନ ଆଉ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନୁହେଁ ।

ବୋରିସ୍ ଜନସନ୍ କହିଛନ୍ତି, କେତେକ ବୈଜ୍ଞାନିକଙ୍କ ମତ ଅନୁସାରେ ଦେଶରେ କରୋନାର ନୂଆ ଭାରିଆଂଟ ଓମିକ୍ରନର ଲହର ଦେଶର ଶୀର୍ଷରେ ପହଂଚିସାରିଛି । ଏପରି ସ୍ଥିତିରେ ମାସ୍କ ପିନ୍ଧିବାର କୌଣସି ଆବଶ୍ୟକତା ନାହିଁ । ଏହାସହ ଅନ୍ୟ କଟକଣା ମଧ୍ୟ ହଟାଯାଇଛି ବୋଲି କହିଛନ୍ତି । କଟକଣା ହଟାଯାଇଥିବାରୁ ଏବେ ଲୋକେ ଘରେ ଆଉ ୱାର୍କ ଫ୍ରମ୍ ହୋମ୍ କରିପାରିବେ ନାହିଁ । ଏବେ ଲୋକମାନେ ଚାହିଁଲେ ସାର୍ବଜନୀନ ସ୍ଥାନରେ ବିନା ମାସ୍କ ପିନ୍ଧି ବୁଲି ପାରିବେ । ଏହା ସହ ଖୁବ୍ ଶୀଘ୍ର ସ୍କୁଲରେ ଅନାବଶ୍ୟକ ମାସ୍କ ପିନ୍ଧିବା କଟକଣା ରହିବ ନାହିଁ ବୋଲି କହିଛନ୍ତି ବୋରିସ ଜନସନ୍ ।

Leave a Reply

Your email address will not be published. Required fields are marked *