ଧର୍ମେନ୍ଦ୍ରଙ୍କ ମୁଣ୍ଡରେ ଖଣ୍ଡା: ୟୁପିରେ ସଫଳ ହେବ ତ ଧର୍ମେନ୍ଦ୍ରଙ୍କ ମାଷ୍ଟର ପ୍ଲାନ୍ ?

(ଦ କୁଇଭର): ବାଜିରେ ଲାଗିଛି ଧର୍ମେନ୍ଦ୍ରଙ୍କ ପତିଆରା । ତାଙ୍କ ମୁଣ୍ଡରେ ଝୁଲୁଛି ଖଣ୍ଡା । ପଶ୍ଚିମବଙ୍ଗ ପରେ ଏବେ ଉତ୍ତରପ୍ରଦେଶ । ୟୁପିକୁ ପୁଣି ଦଖଲକୁ ଆଣିପାରିବ ତ ବିଜେପି । ତାହାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ଉତ୍ତରପ୍ରଦେଶରେ ନିର୍ବାଚନ ମଙ୍ଗ ଧରିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ । ପଶ୍ଚିମବଙ୍ଗରେ ଫେଲ୍ ମାରିବା ପରେ ପୁଣି ଥରେ ଧର୍ମେନ୍ଦ୍ରଙ୍କ ଉପରେ ଭରସା କରି ୟୁପିରେ ନିର୍ବାଚନ ଦାୟିତ୍ୱ ଦେଇଛି ଦଳ । ୟୁପିରେ ମୁଖ୍ୟମନ୍ତ୍ରୀ ପଦ ସୁରକ୍ଷିତ ରଖିପାରିବେ ତ ଧର୍ମେନ୍ଦ୍ର? ସଫଳ ହେବ ତ ଧର୍ମେନ୍ଦ୍ରଙ୍କ ମାଷ୍ଟର ପ୍ଲାନ୍? ଉତ୍ତରପ୍ରଦେଶରେ ପୁଣି ଫୁଟିବ ତ ପଦ୍ମ? ନା ସାଇକେଲ ଚାଲିବ ତାକୁ ନେଇ ସରଗରମ ହେଲାଣି ୟୁପି ମୈଦାନ ।

ଆକଳନ କହୁଛି ଧର୍ମେନ୍ଦ୍ର ପ୍ରଧାନ ଯେଉଁଠି ନିର୍ବାଚନ ପ୍ରଚାର ଦାୟିତ୍ୱ ନେଇଛନ୍ତି ସେଠାରେ ବିଜେପିର ଭୋଟ୍ ହାର କମିଛି । ଗତବର୍ଷ ପଶ୍ଚିମବଙ୍ଗରେ ଦିଦିଙ୍କୁ ଟକ୍କର ଦେବାକୁ ନିର୍ବାଚନ ଦାୟିତ୍ୱ ନେଇଥିଲେ ଧର୍ମେନ୍ଦ୍ର ପ୍ରଧାନ । କିନ୍ତୁ ପଶ୍ଚିମବଙ୍ଗରେ ବିଜେପିର ରଣନୀତି ଫେଲ୍ ମାରିଥିଲା । ପୁଣି ଥରେ ପଞ୍ଚିମବଙ୍ଗରେ ଗଡ଼ ବଜାୟ ରଖିଥିଲେ ଦିଦି । ସେହିପରି ବର୍ତ୍ତମାନ ୟୁପି ଦଖଲ ପାଇଁ ଚାଲିଛି ଘମାଘୋଟ ଲଢେଇ । ଯୋଗୀଙ୍କୁ ଗାଦିଚ୍ୟୁତ କରିବାକୁ ଅଖିଳେଶ ଆପଣାଇଛନ୍ତି ମାଷ୍ଟର ପ୍ଲାନ୍ । ଛୋଟ ଛୋଟ ଦଳମାନଙ୍କୁ ସାଙ୍ଗରେ ନେଇ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି ଅଖିଳେଶ । ସେପଟେ ସମାଜବାଦୀ ପାର୍ଟିକୁ ସହଯୋଗ କରି ଅଖିଲେଶଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ଦିଦି ।

ୟୁପିରେ ଯୋଗୀଙ୍କୁ ଟକ୍କର ନ ଦେବାକୁ ନିଷ୍ପତ୍ତି ନେଇଥିଲେ ଅଖିଲେଶ । ହେଲେ ଏବେ ମୈଦାନକୁ ଓହ୍ଲାଇଛନ୍ତି । ୟୁପିରେ ତାଙ୍କୁ ଏଥର କିଙ୍ଗ କରିବାକୁ ପଛରେ ଅଛନ୍ତି ଦିଦି । ଦିଦିଙ୍କ ରଣନୀତିକୁ ମାତତ ଦେବାପାଇଁ ବିଜେପିର ଗୋଟି ଚଳାଉଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର । ବିଜେପି ଓ ଧର୍ମେନ୍ଦ୍ରଙ୍କର ସୁଚିନ୍ତିତ ଯୋଜନା ଦିଦିଙ୍କୁ କ୍ଷମତାରୁ ଦୂରେଇ ନପାରିବା ଆଉ ଦିଦି ଏବେ ଅଖିଲେଶଙ୍କ କିଙ୍ଗ ମେକର ହେବା ସମାଜବାଦୀ ପାର୍ଟିକୁ ଉତ୍ସାହିତ କରିଛି । ଦିଦିଙ୍କୁ କାଉଣ୍ଟର କରିବାକୁ ଧର୍ମେନ୍ଦ୍ର ସଫଳ ହେବେ ବୋଲି ତାଙ୍କ ସମର୍ଥନ ମାନେ କହୁଛନ୍ତି । ଯଦି ଏହା ସଫଳ ହୁଏ ତେବେ, ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ପଦ ଦାବିଦାର ତାଙ୍କର ହକ୍ ଆହୁରି ଶାଣିତ ହେବ । ଯଦି ଫେଲ୍ ମାରେ ତେବେ, ତାଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ପଦରେ ଦେଖିବାକୁ ଆଶାର ରଖିଥିବା ସମର୍ଥକଙ୍କ ସ୍ୱପ୍ନ ପାଣି ଫାଟିଯାଇପାରେ । ତେବେ ୟୁପିରେ କିଙ୍ଗ ମେକର ସାଜିଥିବା ଧର୍ମେନ୍ଦ୍ର ପ୍ରଧାନଙ୍କ ମାଷ୍ଟର ପ୍ଲାନ୍ କେତେ ସଫଳ ହେଉଛି ତାହା ଦେଖିବାକୁ ବାକି ରହିଲା ।

Leave a Reply

Your email address will not be published. Required fields are marked *