ଲିଭିଯିବ ଅମର ଯବାନ ଜୋତି, ସ୍ଥାପନା ହେବ ସୁଭାଷ ବୋଷଙ୍କ ପ୍ରତିମୂର୍ତ୍ତି

(ଦ କୁଇଭର): ଇଣ୍ଡିଆ ଗେଟରେ ସ୍ଥାପନା ହେବ ନେତାଜୀ ସୁଭାଷ ଚନ୍ଦ୍ର ବୋସଙ୍କ ପ୍ରତିମୂର୍ତ୍ତୀ । ଏନେଇ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ଗତ ୫୦ ବର୍ଷ ଧରି କ୍ରମାଗତ ଭାବରେ ଜଳୁଥିବା ଅମର ଜୱାନ୍ ଜ୍ୟୋତି ଆଜି ଜାତୀୟ ଯୁଦ୍ଧ ମେମୋରିଆଲରେ ଅବସ୍ଥିତ ଅମର ଯବାନ ଜ୍ୟୋତି ସହିତ ମିଶ୍ରଣ କରାଯିବ । ଏହାସହିତ ୫୦ ବର୍ଷର ଏକ ଐତିହାସିକ ଯାତ୍ରା ସମାପ୍ତ ହେବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଏହି ବଡ଼ ଘୋଷଣା କରିଛନ୍ତି ।

ସେପଟେ ଦୀର୍ଘ ୫୦ ବର୍ଷ ଧରି ପରମ୍ପରାକୁ କେନ୍ଦ୍ର ସରକାର ଭାଙ୍ଗିଦେଉଥିବା ଅଭିଯୋଗ କରି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ । ଏହି ପ୍ରସଙ୍ଗକୁ ନେଇ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳମାନେ କେନ୍ଦ୍ର ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ।

Leave a Reply

Your email address will not be published. Required fields are marked *