ଭାରତରେ ବିମାନ ଉଡ଼ାଣ ପାଇଁ କଣ୍ଟା ହେବନି 5G

(ଦ କୁଇଭର): ୫ଜି ଓ ଏୟାରଲାଇନ୍ କମ୍ପାନୀମାନଙ୍କ ମଧ୍ୟରେ ଗତ କିଛି ଦିନ ହେବ ବିବାଦ ଲାଗି ରହିଛି । ସ୍ପେକ୍ଟ୍ରମ୍ ବ୍ୟାଣ୍ଡ ଯୋଗୁଁ ବିମାନ ଯାତ୍ରୀଙ୍କ ସୁରକ୍ଷା ଉପରେ ଏବେ ପ୍ରଶ୍ନ ଉଠିଛି । ଆମେରିକାର ଫେଡେରାଲ ଆଭିଏସନ ଆଡମିନଷ୍ଟ୍ରେଟର (ଏଫଏଏ) ନିକଟରେ ଚେତାବନୀ ଦେଇ କହିଛି ଯେ, ସି ସ୍ପେକ୍ଟ୍ରମ୍ ବ୍ୟାଣ୍ଡରେ ୫ ଜି ସିଗନାଲ ବିମାନ ଅଲ୍ଟିମିଟର ସିଷ୍ଟମରେ ବାଧା ସୃଷ୍ଟି କରିପାରେ ।

୫ଜିର ବ୍ୟାଣ୍ଡ ସ୍ପେକ୍ଟ୍ରମ ପରିସର ୩.୩ ରୁ ୪.୨ GHz ଅଟେ । କିନ୍ତୁ ବିମାନର ଅଲ୍ଟିମିଟର ସିଷ୍ଟମ ସାଧାରଣତଃ ୪.୨ରୁ ୪.୪ GHz ବ୍ୟାଣ୍ଡରେ କାର୍ଯ୍ୟ କରିଥାଏ। ଆଇଟିୟୁ ଓ ଏପିଟି ଫାଉଣ୍ଡେସନ ଅଫ୍ ଇଣ୍ଡିଆ କହିଛି ଯେ, ଭାରତରେ ଯେଉଁ ୫ଜି ସେବା ରୋଲ ଆଉଟ ହେବ, ତାହା ସ୍ପେକ୍ଟ୍ରମ ବ୍ୟାଣ୍ଡ ଏବଂ ସିଭିଲ ଅଲ୍ଟିମିଟର ମଧ୍ୟରେ ଯଥେଷ୍ଟ ଦୂରତା ରହିବ । ଏହା ଉଚ୍ଚତା ଉପରେ କୌଣସି ପ୍ରଭାବ ପକାଇବ ନାହିଁ ।

ଆମେରିକାରେ ୫ଜି ରୋଲଆଉଟ୍ ହେବା ପରେ ଅନେକ ବିମାନ କମ୍ପାନୀ ସେମାନଙ୍କର ବିମାନ ବାତିଲ୍ କରିଥିଲେ । କମ୍ପାନୀ ଗୁଡ଼ିକ ଏହା କହିଛନ୍ତି ଯେ, ୫ଜି ସିଗନାଲ ଫ୍ଲାଇଟ୍ କି ସୁରକ୍ଷା ଉପକରଣରେ ବାଧା ସୃଷ୍ଟି କରିଥାଏ । ଆଇଟିୟୁ-ଏପିଟି ଫାଉଣ୍ଡେସନ ଅଫ୍ ଇଣ୍ଡିଆର ସଭାପତି ଏକ ବିବୃତ୍ତିରେ କହିଛନ୍ତି ଯେ ଏଥିରୁ ଭାରତରେ କୌଣସି ବିପଦ ନାହିଁ। ନିରାପତ୍ତା ପାଇଁ, କେବଳ ୩୩୦୦-୩୬୭୦ GHz ବ୍ୟାଣ୍ଡ ବଣ୍ଟନ କରାଯାଉଛି । ଏହି ଉଚ୍ଚତା ସ୍ପେକ୍ଟ୍ରମ୍ ଠାରୁ ପ୍ରାୟ ୫୦୦ GHz କମ୍ ଅଟେ ।

Leave a Reply

Your email address will not be published. Required fields are marked *