ବିଶ୍ୱରେ ମୋଦୀ, ଦେଶରେ ନବୀନ No. 1 ନେତା

(ଦ କୁଇଭର): ସାରା ବିଶ୍ୱରେ ନମ୍ବର ୱାନ୍ । ସମସ୍ତ ଦେଶର ନେତାଙ୍କୁ ପଛରେ ପକାଇଲେ ନରେନ୍ଦ୍ର ମୋଦୀ । ସାରା ବିଶ୍ୱରେ ସବୁଠୁ ଆଗରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଶକ୍ତିଶାଳୀ ରାଷ୍ଟ୍ରମାନଙ୍କ ମୋଷ୍ଟ ପାୱାରଫୁଲ ନେତାଙ୍କୁ ପଛରେ ପକାଇ ବିଶ୍ୱର ନମ୍ବର ୱାନ୍ ହୋଇଛନ୍ତି ମୋଦୀ । ‘ଗ୍ଲୋବାଲ ଲିଡର ଆପୁଭାଲ ରେଟିଙ୍ଗ ଲିଷ୍ଟ’ରେ ସମସ୍ତଙ୍କ ଆଗରେ ରହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୋଦୀଙ୍କ ଲୋକପ୍ରିୟତା କେବଳ ଦେଶ ଭିତରେ ଏବେ ଶିମିତ ନାହିଁ । ଏହା ସାରା ବିଶ୍ୱକୁ ବ୍ୟାପି ସାରିଲାଣି । ଆମେରିକାର ‘ଡାଟା ଇଣ୍ଟେଲିଲେନ୍ସ ଫର୍ମ ମର୍ଣ୍ଣିଙ୍ଗ କନସଲ୍ଟ ‘ଦ୍ୱାରା ନିକଟରେ ହୋଇଥିବା ଗ୍ଲୋବାଲ ଲିଡର ଆପୁଭାଲ ରେଟିଙ୍ଗ ସର୍ଭେରେ ବିଶ୍ୱର ତୁଙ୍ଗ ନେତାମାନଙ୍କ ଲୋକପ୍ରିୟତା ଉପରେ ଏକ ପୁଙ୍ଗାନୁଫୁଙ୍ଖ ସର୍ଭେ କରାଯାଇଛି । ଯେଉଁଥିରେ ମୋଦୀଙ୍କ ନାଁ ଆଗରେ ରହିଛି ।

ସେପଟେ ଦେଶରୁ ସବୁଠାରୁ ନମ୍ବର ୱାନ ନେତା ହୋଇଛନ୍ତି ନବୀନ ପଟ୍ଟନାୟକ । ଇଣ୍ଡିଆ ଟୁଡେର ମୁଡ ଅଫ୍ ଦ ନେସନ ସର୍ଭେ ରିପୋର୍ଟରେ ନିଜ ରାଜ୍ୟରେ ନବୀନଙ୍କୁ ସବୁଠୁ ପସନ୍ଦର ମୁଖ୍ୟମନ୍ତ୍ରୀ ବାଛିଛନ୍ତି ଲୋକେ । ସର୍ଭେରେ ସ୍ଥାନ ପାଇଥିବା ଦେଶର ୯ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ ନବୀନ ପଟ୍ଟନାୟକଙ୍କୁ ପସନ୍ଦ କରିଛନ୍ତି ସର୍ବାଧିକ ୭୧.୧ ପ୍ରତିଶତ ଲୋକ । ଏହି ସର୍ଭେ ରିପୋର୍ଟରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନୀର୍ଜୀ ଓ ତୃତୀୟରେ ଅଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ. କେ. ଷ୍ଟାଲିନ । ମମତାଙ୍କୁ ୬୯ ଦଶମିକ ୯ ପ୍ରତିଶତ ଲୋକ ପସନ୍ଦ କରିଥିବା ବେଳେ ଷ୍ଟାଲିନଙ୍କୁ ପସନ୍ଦ କରିଛନ୍ତି ୬୭ ଦଶମିକ ୫ ପ୍ରତିଶତ ଲୋକ ।

Leave a Reply

Your email address will not be published. Required fields are marked *