ଜାନୁଆରୀ ୩୧ ପର୍ଯ୍ୟନ୍ତ ବଢିଲା କଟକଣା

(ଦ କୁଇଭର): ଜାନୁଆରୀ ୩୧ ପର୍ଯ୍ୟନ୍ତ ବଢିଲା କଟକଣା । ଜାନୁଆରୀ ୩୧ ପର୍ଯ୍ୟନ୍ତ କଟକଣା ବଢାଇଲେ ମୁଖ୍ୟ ନିର୍ବାଚନ କମିଶନ । ରାଲି, ରୋଡ ଶୋ ଉପରେ ପୁଣି ସପ୍ତାହେ କଟକଣା ବଢିଲା । ବର୍ଦ୍ଧିତ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଟକଣା ବଢାଇଛନ୍ତି ମୁଖ୍ୟ ନିର୍ବାଚନ କମିଶନ । ଆଗାମୀ ବିଧାନସଭା ନିର୍ବାଚନ ହେବାକୁ ଥିବା ରାଜ୍ୟରେ ଜାନୁଆରୀ ୩୧ ପର୍ଯ୍ୟନ୍ତ ରୋଡ ଶୋ’ ମନା କରାଯାଇଛି । ସର୍ବାଧିକ ୧୦ଜଣଙ୍କୁ ନେଇ ଡୋର ଟୁ ଡୋର କ୍ୟାମ୍ପେନ୍ କରିବାକୁ ଅନୁମତି ଦିଆଯାଇଛି ।

ଏହାସହ ଇନଡୋର ବୈଠକରେ ସର୍ବାଧିକ ୩୦୦ ଲୋକ ସାମିଲ ହୋଇପାରିବେ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି । ସବୁ ସଭା ଓ ଜନ ସମାରୋହରେ ସାମାଜିକ ଦୂରତା ଓ ମାସ୍କ ଉପରେ ଗୁରୁତ୍ୱ ଦେବାକୁ ରାଜନୈତିକ ଦଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କୋଭିଡ କଟକଣା ଉଲଙ୍ଘନ କଲେ ନେତାମାନଙ୍କ ଉପରେ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।

Leave a Reply

Your email address will not be published. Required fields are marked *