Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

‘ଫେବୃଆରୀ ଶେଷ ସୁଦ୍ଧା ସରିଯିବ ତୃତୀୟ ଲହର’

(ଦ କୁଇଭର): କରୋନା ସଂକ୍ରମଣକୁ ନେଇ ଆସିଛି ଢ଼ଉସି ଖବର । ଖୁବଶୀଘ୍ର ସରିଯିବ ତୃତୀୟ ଲହର । ଆମେ ପିକ କ୍ରସ କରିଯାଇଛୁ। ପାଞ୍ଚ ଛଅ ଦିନ ପୂର୍ବରୁ ପିକ୍ ଅତିକ୍ରମ କରିଗଲା ଭଳି ଲାଗୁଛି। ରାଜ୍ୟରେ ଯେଉଁଭଳି ଦୈନିକ ସଂକ୍ରମଣ କମୁଛି, ସେଥିରୁ ଏହା ସ୍ପଷ୍ଟ ହେଉଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରଜ ମିଶ୍ର। ଆଗକୁ ଯଦି କିଛି ବଢିବ ତାହା ମାଇନର ସ୍ପାଇକ ହୋଇପାରେ। ବର୍ତ୍ତମାନ ଟ୍ରେଣ୍ଡ ନିମ୍ନଗାମୀ ରହୁଛି ଏବଂ ଏହା ଆଗକୁ ଏହିଭଳି ଚାଲିବ। ଆସନ୍ତା ଫେବୃଆରୀ 15 ସୁଦ୍ଧା ତୃତୀୟ ଲହର କମି ଆସିଥିବ ଏବଂ ଶେଷ ସୁଦ୍ଧା ଏହା ଶେଷ ହୋଇଯାଇଥିବ ବୋଲି ପ୍ରତିକ୍ରିୟା ଦେଇ କହିଛନ୍ତି ଡାକ୍ତର ନିରଜ ମିଶ୍ର।

ଏହାସହ ସେ କହିଛନ୍ତି, ୟୁ କେ ସରକାର ଓମିକ୍ରନ ବିଏ -୨ କୁ ଭେରିଆଣ୍ଟ ଅଫ ଇଣ୍ଟରେଷ୍ଟ ଘୋଷଣା କରିଛି। ଡେ଼ନ୍ମାର୍କରେ ଏହା ଦ୍ରୁତ ଗତିରେ ସଂକ୍ରମଣ ହେଉଛି। ଏହି ସବ-ଭେରିଆଣ୍ଟ ଭାରତରେ ମଧ୍ୟ ଦେଖାଦେଇଛି। କୌଣସି ଲୋକକୁ ଯଦି ଓମିକ୍ରନ ବିଏ -୧ ହୋଇଥାଏ ତାକୁ ବିଏ -୨ ମଧ୍ୟ ହୋଇପାରେ। କିଛି ବିଶେଷଜ୍ଞ ମତରେ ବିଏ-୨ଲାଗି ଦ୍ଵିତୀୟ ସ୍ପାଇକ ଆସିପାରେ କିନ୍ତୁ ଭାରତରେ ଏହା ପୂର୍ବରୁ ଅଛି, ତେଣୁ ଦେଶରେ ସେଭଳି କୌଣସି ପ୍ରଭାବ ପଡି ନ ପାରେ। ଏହା ଏତେ ସାଙ୍ଘାତିକ ନୁହେଁ, ମୃତ୍ୟୁ ମଧ୍ୟ ହେଉ ନାହିଁ କେବଳ ପୁଣି ଥରେ ସଂକ୍ରମଣ କରାଇବ।

Exit mobile version