ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଓଲଟିଲା ବସ୍, ୬ ମୃତ

(ଦ କୁଇଭର): ସୋରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଓଲଟିଲା ବସ୍: ୬ ମୃତ । ସୋର ବିଦୁ ଛକରେ ଟ୍ରକ ଧକ୍କାରେ ଓଲଟିଲା ବସ୍ । ବସରେ ଥିବା ୬ ଯାତ୍ରୀ ମୃତ, ୨୦ରୁ ଅଧିକ ଗୁରୁତର ହୋଇଥିବା ସୂଚନା । ସବୁଠାରୁ ବଡ଼ କଥା ହେଉଛି ମୃତକଙ୍କ ମଧ୍ୟରେ ଜଣେ ଶିଶୁ ଥିବା ସୂଚନା । କୋଇଲା ବୋଝେଇ ଟ୍ରକ ପଛରୁ ଧକ୍କା ଦେବାରୁ ଓଲଟିଲା ବସ୍ । ଉଦଳାରୁ ଭୁବନେଶ୍ୱର ଆସୁଥିବା ‘ଶାନ୍ତିଲତା’ ବସ୍ ଓଲଟିପଡ଼ିଛି ।

ସୋର ବିଦୁ ଛକରେ ଯାତ୍ରୀମାନେ ବସରୁ ଓହ୍ଲାଉଥିବା ସମୟରେ ପଛପଟୁ ଧକ୍କା ଦେଲା ଟ୍ରକ୍ । ଧକ୍କା ଦେବା ପରେ ଓଲଟିପଡ଼ିଛି ଉଭୟ ବସ୍ ଓ ଟ୍ରକ୍ । ବସଟି ରାସ୍ତା ତଳକୁ ଓଲଟି ପଡ଼ିଥିବା ବେଳେ ରାସ୍ତା ଉପରେ ଓଲଟି ପଡ଼ିଥିଲା ଟ୍ରକ୍ । ଘଟଣା ସ୍ତଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଅଗ୍ନିଶମ ବାହୀନି ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

Leave a Reply

Your email address will not be published. Required fields are marked *