Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

୧୨୫ତମ ନେତାଜୀ ଜୟନ୍ତୀ: ସୁଭାଷ ବୋଷଙ୍କ ତ୍ୟାଗ ଓ ବଳିଦାନକୁ ମନେ ପକାଉଛି ସାରା ଦେଶ

(ଦ କୁଇଭର): ସୁଭାଷ ଚନ୍ଦ୍ର ବୋଷ । ସେ ଥିଲେ ଓଡିଶାର ପୁଅ । ଖାଣ୍ଟି ଓଡ଼ିଆ ପୁଅ । କଟକର ମାଟି, ପାଣି, ପବନରେ ବଢି ମାଟ୍ରିକ ପାସ କରିବା ସହ ଉଚ୍ଚଶିକ୍ଷା ପାଇଁ କୋଲକାତା ଚାଲିଗଲେ । ସ୍ୱାଧୀନତା ଆନ୍ଦୋଳନର ଅନ୍ୟତମ କର୍ଣ୍ଣଧାର ସାଜିବା ପରେ ହୋଇଗଲେ ଜାତିର ସଂପତି । ଆଜି ହେଉଛି ଜାନୁଆରୀ ୨୩ତାରିଖ, ୧୨୫ତମ ନେତାଜୀ ଜୟନ୍ତୀ। ଜାତୀୟ ମୁକ୍ତି ସଂଗ୍ରାମର ମହାନାୟକ, ମହାନ ସ୍ୱାଧିନତା ସଂଗ୍ରାମୀ ତଥା ଭାରତ ମାତାର ସୁଯୋଗ୍ୟ ସନ୍ତାନ ସୁବାଷ ବୋଷଙ୍କ ତ୍ୟାଗ ଓ ବଳିଦାନକୁ ମନେ ପକାଉଛି ସାରା ଭାରତ ବର୍ଷ।

୧୮୯୭ ମସିହା ଆଜିର ଦିନରେ ଓଡିଶାର ପୁରାତନ ରାଜଧାନୀ କଟକର ଓଡିଆ ବଜାର ସ୍ଥିତ ଜାନକୀ ଭବନରେ ଜନ୍ମ ଗ୍ରହଣ କରିଥିଲେ ନେତାଜୀ ସୁବାଷ ବୋଷ। ଓଡିଶା ମାଟିର ଏହି ସୁପୁତ୍ର ଦିନେ ଭାରତୀୟ ସ୍ୱାଧିନତା ସଂଗ୍ରମାର ନେତୃତ୍ୱ ନେବା ସହିତ ଦେଶବାସୀଙ୍କୁ ଦେଖାଇଥିଲେ ବ୍ରିଟିଶ ଶାସନରୁ ମୁକ୍ତ ହେବାର ନୁଆ ଦିଗଦର୍ଶନ। ସ୍ୱାଧିନତା ପାଇଁ ସେ ଆପଣାଇଥିଲେ ଭିନ୍ନ ପନ୍ଥା । ଯାହା ମହାତ୍ମା ଗାନ୍ଧୀଙ୍କ ନୀତି ଆଦର୍ଶ ଠାରୁ ଟିକେ ଅଲଗା ଥିଲା । ସେ ଚାହୁଁଥିଲେ ସ୍ୱାଧୀନତା ଭିକ୍ଷା ନୁହେଁ ଆମର ଅଧିକାର । ତେଣୁ ସ୍ୱାଧୀନତାକୁ ଆମେ ଜୋର ଜବରଦସ୍ତ ଆଣିବାର ଅଛି । ଯାହା ପାଇଁ ଆଜି ସାରା ଓଡିଆ ଜାତି ଗର୍ବିତ। ଦେଶର ଏହି ମହାନ ସ୍ୱାଧିନତା ସଂଗ୍ରାମୀଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇଛି ସ୍ୱତନ୍ତ୍ର ସ୍ଥାନ ଆଉ ଶ୍ରେଷ୍ଠ ସମ୍ମାନ। ଦେଶ ପାଇଁ ତାଙ୍କ ତ୍ୟାଗ ଆଉ ବଳିଦାନକୁ କୃତଜ୍ଞତା ଜଣାଇ ସାରା ଦେଶରେ ଗୁଞ୍ଜରିତ ହେଉଛି ନେତାଜୀ ସୁବାଷ ବୋଷଙ୍କ ଗୁଣଗାନ।

ଅନ୍ୟପଟେ ୧୨୫ତମ ନେତାଜୀ ଜୟନ୍ତୀ ଅବସରରେ ଦେଶର ରାଜଧାନୀ ଦିଲ୍ଲୀ ସ୍ଥିତ ଇଣ୍ଡିଆ ଗେଟ ଠାରେ ପ୍ରତିଷ୍ଠା ହେବାକୁ ଯାଉଛି ସୁବାଷ ବୋଷଙ୍କ ୨୫ଫୁଟ ଉଚ୍ଚର ବିଶାଳ ପ୍ରତିମୂର୍ତ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ପ୍ରତିମୂର୍ତ୍ତିକୁ ଚଳିତ ବର୍ଷ ଅଗଷ୍ଟ ୧୫ସୁଦ୍ଧା ଏଠାରେ ପ୍ରତିଷ୍ଠା କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ମୂର୍ତ୍ତି କାର୍ୟ୍ୟ ସମ୍ପୂର୍ଣ୍ଣ ହେବା ପର୍ୟ୍ୟନ୍ତ ଏଠାରେ ଶୋଭା ପାଇବ ନେତାଜୀଙ୍କ ହଲୋଗ୍ରାମ ପ୍ରତିମୂର୍ତ୍ତି।

Exit mobile version