ଗୋଷ୍ଠୀ ସଂକ୍ରମଣ ସ୍ଥିତିରେ ଓମିକ୍ରନ

(ଦ କୁଇଭର): ସାରା ଦେଶରେ ଜାରି ରହିଛି ଓମିକ୍ରନ ସଂକ୍ରମଣ । ଦେଶରେ ଦ୍ରୁତଗତିରେ ବଢିବାରେ ଲାଗିଛି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା । ଏହାରି ଭିତରେ ଆସିଛି ଏକ ବଡ଼ ଖବର । ଦେଶରେ ଏବେ ଗୋଷ୍ଠୀ ସଂକ୍ରମଣ ସ୍ଥିତିରେ ନୂଆ ଭାରିଆଣ୍ଟ୍ ଓମିକ୍ରନ୍ । କରୋନା ସଂକ୍ରମଣ ଓ ବଢ଼ୁଥିବା ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଏହି ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ INSA-COG। ବିଶେଷ ଭାବେ, ଦେଶର କିଛି ମେଟ୍ରୋ ସହରରେ ଏହାର ପ୍ରଭାବ ଅଧିକ ରହିଛି । ସାମ୍ପ୍ରତିକ ତୃତୀୟ ୱେଭରେ ହସ୍ପିଟାଲରେ ଭର୍ତ୍ତି ହେବା ଏବଂ ଆଇସିୟୁ ମାମଲା ବୃଦ୍ଧି ପାଇନଥିଲେ ମଧ୍ୟ ଏବଂ ବିପଦ ସ୍ତରରେ କୌଣସି ପରିବର୍ତ୍ତନ ହୋଇନାହିଁ ବୋଲି କହିଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ।

ତେଣୁ ଏପରି ସ୍ଥିତିରେ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ପ୍ରସ୍ତୁତ ରଖିବାକୁ ପରାମର୍ଶ ଦିଆଯାଇଛି । କେବଳ ଏତିକି ନୁହେଁ, ଏବେ ଓମିକ୍ରନର ଏକ ସବ ଭ୍ୟାରିଏଣ୍ଟ ବି ଚିହ୍ନଟ ହୋଇଛି । BA.2 ଭ୍ୟାରିଏଣ୍ଟ ଦେଶରେ କିଛି ରାଜ୍ୟରେ ଦେଖାଦେଇଛି । ହେଲେ ଓମିକ୍ରନ୍ ଭଳି ଏହାର ବି ଏତେଟା ପ୍ରଭାବ ପଡ଼ିନପାରେ ବୋଲି ଆକଳନ କରାଯାଉଛି ।

Leave a Reply

Your email address will not be published. Required fields are marked *