ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମଜୟନ୍ତୀ: ଯାହାଙ୍କ ଗରିଲା ଯୁଦ୍ଧ ଆଗରେ ନୟାନ୍ତ ହୋଇଥିଲେ ବ୍ରିଟିଶ ସରକାର

(ଦ କୁଇଭର): ଆଜି ହେଉଛି ମହାନ ସ୍ଵାଧିନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ୨୧୩ ତମ ଜନ୍ମଜୟନ୍ତୀ । ୧୮୦୯ ମସିହା ଆଜିର ଦିନରେ ସମ୍ବଲପୁର ଜିଲ୍ଲାର ଖିଣ୍ଡା ଗାଁରେ ବୀର ସୁରେନ୍ଦ୍ର ସାଏ ଜନ୍ମଗ୍ରହଣ କରିଥିଲେ । ସୁରେନ୍ଦ୍ର ସାଏ ୨୮ ଫେବୃଆରୀ ୧୮୮୪ରେ ମଧ୍ୟପ୍ରଦେଶର ଅସୁରଗଡ ଜେଲରେ ବନ୍ଦୀ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଇଂରେଜ ମାନଙ୍କ ବିରୋଧରେ ତାଙ୍କର ସଶସ୍ତ୍ର ବିପ୍ଳବ ଓ ବୀରତ୍ୱକୁ ଆଜି ବି ସାରା ଦେଶ ମନେ ପକାଉଛି ।

୧୮୫୭ର ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ସିପାହୀ ବିଦ୍ରୋହର ବହୁ ବର୍ଷ ଆଗରୁ ସମ୍ବଲପୁର ମାଟିରେ ଇଂରେଜ ସରକାର ବିରୋଧରେ ବିପ୍ଳବର ନିଆଁ ଜଳାଇ ସମସ୍ତଙ୍କୁ ଜାଗ୍ରତ କରିଥିଲେ ସୁରେନ୍ଦ୍ର ସାଏ । ତାଙ୍କର ଗରିଲା ଯୁଦ୍ଧ ଆଗରେ ନୟାନ୍ତ ହୋଇଥିଲେ ବ୍ରିଟିଶ ସରକାର । ଆଜି ସେହି ବିପ୍ଳବୀଙ୍କ ୨୧୩ ତମ ଜୟନ୍ତୀ ଅବସରରେ ସାରା ରାଜ୍ୟ ଏହି ବିପ୍ଳବୀଙ୍କୁ ମନେ ପକାଉଛି । ରାଜ୍ୟର ବିଭିନ୍ନ ସହରରେ ତାଙ୍କର ଜନ୍ମଜୟନ୍ତୀ ପାଳନ ହେଉଛି । ତେବେ ଏହି ମହାନ ସଂଗ୍ରାମୀଙ୍କ ଜୟନ୍ତୀରେ ଅବହେଳିତ ହୋଇପଡିଥିବା ତାଙ୍କ ଜନ୍ମପୀଠ ଖିଣ୍ଡା ଗ୍ରାମର ଉନ୍ନତିକରଣ ପାଇଁ ଦାବି ହେଉଛି ।

Leave a Reply

Your email address will not be published. Required fields are marked *