ମାଡ଼ିଆସୁଛି ଘନ କୁହୁଡ଼ି: ୮ ଜିଳ୍ଲାକୁ ଆଲର୍ଟ

(ଦ କୁଇଭର) : ମାଡ଼ିଆସୁଛି ଘନ କୁହୁଡ଼ି । ଆଜି ରାତି ଓ ଆସନ୍ତାକାଲି ରାଜ୍ୟର ୮ ଜିଲ୍ଲାରେ ଦେଖାଦେବ ଘନ କୁକୁଡ଼ି। ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଆଜି ରାତି ଓ ଆସନ୍ତାକାଲି ସକାଳେ ବଲାଙ୍ଗିର, ସୋନପୁର, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ଅନୁଗୁଳ, ଢେଙ୍କାନାଳ ଓ କେନ୍ଦୁଝର ଜିଲ୍ଲାରେ ଘନ କୁହୁଡ଼ି ଦେଖାଦେବ। ଯାହା ଫଳରେ ଯାତାୟତ କିଛି ମାତ୍ରାରେ ବାଧାପ୍ରାପ୍ତ ହେବାର ସମ୍ଭାବନା ରହିଛି ।

ଘନ କୁହୁଡ଼ି ପାଇଁ ପାଣିପାଗ ବିଭାଗର ଆଲର୍ଟ ପରେ ସମସ୍ତ ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି ଲେଖିଛନ୍ତି ଏସଆରସି। କୁହୁଡ଼ି ଯୋଗୁ ଯେଭଳି ଜାତୀୟ ରାଜପଥରେ କୌଣସି ଦୁର୍ଘଟଣା ନଘଟେ ଓ ଗାଡ଼ିର ବେଗ ନିୟନ୍ତ୍ରଣ କରିବାକୁ ପୋଲିସ ଓ ପରିବହନ ବିଭାଗକୁ ସୂଚନା ଦିଆଯାଇଛି।

ସେହିପରି ଆସନ୍ତା ୨ ଦିନ ମଧ୍ୟରେ ରାଜ୍ୟରେ ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ୟ୍ୟନ୍ତ ଖସିବ। ଫଳରେ ଆସନ୍ତା ୨୬ରୁ ରାଜ୍ୟରେ ପୁଣି ଶୀତ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଏହାଛଡ଼ା ୨୫ ରାତି ଓ ୨୬ ସକାଳ ପାଇଁ ୧୦ ଜିଲ୍ଲା ଓ ୨୬ ରାତି ଓ ୨୭ ସକାଳ ପାଇଁ ୬ ଜିଲ୍ଲାକୁ କୁହୁଡ଼ି ଆଲର୍ଟ ଜାରି ହୋଇଛି।

Leave a Reply

Your email address will not be published. Required fields are marked *