Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ଚିନ୍ତା ବଢାଉଛି ଓମିକ୍ରନର ସବ୍-ଭାରିଆଣ୍ଟ ବିଏ.୨: ଜାଣନ୍ତୁ ଏହା କେତେ ବିପଜ୍ଜନକ ?

(ଦ କୁଇଭର): ସମଗ୍ର ବିଶ୍ୱରେ ହଇଚଇ ସୃଷ୍ଟି କରିଛି କରୋନା ଭାଇରସ୍ ମହାମାରୀ । କରୋନାର ଓମିକ୍ରନ୍ ଭାରିଆଣ୍ଟ ସମସ୍ତଙ୍କ ଚିନ୍ତଦା ବଢାଇଦେଇଛି । ଆଜିକାଲି ଓମିକ୍ରନ୍ ସଂକ୍ରମଣ ଜୋରସୋରରେ ବଢି ଚାଲିଛି । ଏହାରି ଭିତରେ ଓମିକ୍ରନ୍ ସବଭାରିଆଣ୍ଟ ବିଏ.୨ ଚିହ୍ନଟ ହୋଇ ପୁଣିଥରେ ସମସ୍ତଙ୍କ ଚିନ୍ତା ବଢାଇ ଦେଇଛି ।

ବ୍ରିଟିଶ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ ଓମିକ୍ରନର ଏହି ସବ-ଭାରିଆଣ୍ଟ ସହିତ ସଂଯୁକ୍ତ ଶହ ଶହ ମାମଲା ଚିହ୍ନଟ କରିଛି । ବ୍ରିଟେନର ସ୍ୱାସ୍ଥ୍ୟ ସୁରକ୍ଷା ଏଜେନ୍ସି (ୟୁକେଏଚଏସଏ) ଏହାର ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି ଅନୁସନ୍ଧାନ ପରେ ଏହାର ନାମ ବିଏ.୨ ରଖାଯାଇଛି । ଏହା କୁହାଯାଉଛି ଯେ, ଜାନୁଆରୀ ପ୍ରଥମ ଦଶ ଦିନରେ ବ୍ରିଟେନରେ ୪୦୦ ରୁ ଅଧିକ ମାମଲା ଚିହ୍ନଟ ହୋଇଛି। ଏକ ଅନଲାଇନ୍ ନ୍ୟୁଜ୍ ମିଡିଆ ରିପୋର୍ଟ ଅନୁଯାୟୀ, ଭାରତରେ ଓମିକ୍ରନ୍ ସବ୍-ଭାରିଆଣ୍ଟର ୫୩୦ ନମୁନା, ସ୍ୱିଡେନରେ ୧୮୧ ଏବଂ ସିଙ୍ଗାପୁରରେ ୧୨୭ ଟି ନମୁନା ମିଳିଛି । ଓମିକ୍ରନ୍ ସବ୍-ଭାରିଆଣ୍ଟ ସମ୍ବନ୍ଧରେ ସ୍ୱାସ୍ଥ୍ୟ ଏଜେନ୍ସି କହିଛି ଯେ, ଏହାର ଅଭିବୃଦ୍ଧି ହାର କମ୍ କିନ୍ତୁ ଏହା ଉପରେ ଅଧିକ ବିଶ୍ଳେଷଣ ଆବଶ୍ୟକ। ଓମିକ୍ରନ୍ ର ଏହି ଉପ-ପ୍ରକାରଟି କେତେ ବିପଜ୍ଜନକ, ଆସନ୍ତୁ ଜାଣିବା ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓମିକ୍ରନ୍ ଭାରିଆଣ୍ଟକୁ ‘ଭାରିଏଣ୍ଟସ୍ ଅଫ୍ କନ୍ସର୍ନ’ ଭାବରେ ବର୍ଣ୍ଣନା କରିଛି । ଏହା ବିଶ୍ୱାସ କରାଯାଏ ଯେ, ଏହାର ଉପ-ପ୍ରକାର ବିଏ.୨ ମଧ୍ୟ ଏହା ସହିତ ପ୍ରତିଦ୍ୱନ୍ଦ୍ୱିତା କରେ, ଯାହାର ଅର୍ଥ ହେଉଛି ଯେ, ବର୍ତ୍ତମାନ ପର୍ୟ୍ୟନ୍ତ ସେମାନଙ୍କ ମଧ୍ୟରେ କୌଣସି ବିଶେଷ ପାର୍ଥକ୍ୟ ନାହିଁ । ୟୁକେଏଚଏସଏର କୋଭିଡ -୧୯ର ନିର୍ଦ୍ଦେଶକ ଡଃ. ମେରା ଚାନ୍ଦ କହିଛନ୍ତି ଯେ, ଜୀବାଣୁଙ୍କର ପ୍ରକୃତି ବିକଶିତ ହେବା ଏବଂ ପରିବର୍ତ୍ତନ ହେବା, ତେଣୁ ମହାମାରୀ ହେତୁ ନୂତନ ପ୍ରକାର ଉତ୍ପନ୍ନ ହେବାର ଆଶା କରାଯାଉଛି। ସେମାନେ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ବିଏ.୨ ଓମିକ୍ରନ୍ ବିଏ.୧ ଅପେକ୍ଷା ଅଧିକ ଗୁରୁତର ରୋଗ ସୃଷ୍ଟି କରେ କି ନାହିଁ ତାହା ଜାଣିବା ପାଇଁ ପର୍ୟ୍ୟାପ୍ତ ପ୍ରମାଣ ମଧ୍ୟ ନାହିଁ ।

Exit mobile version