ଓଡ଼ିଶାରୁ ୨୨ଜଣ ପାଇବେ ପୋଲିସ ମେଡାଲ

(ଦ କୁଇଭର): ଓଡ଼ିଶାରୁ ୨୨ଜଣ ପାଇବେ ପୋଲିସ ମେଡାଲ । ସାଧାରଣତନ୍ତ୍ର ଦିବସ ଅବସରରେ ଓଡ଼ିଶାରୁ ୨୨ ଜଣଙ୍କୁ ଏହି ପୋଲିସ ମେଡ଼ାଲ ଦିଆଯିବ । ଏହି ଅବସରରେ ଦେଶରେ ମୋଟ ୯୩୯ ପୋଲିସ୍ ଅଧିକାରୀ ପୁରସ୍କୃତ ହେବେ । ଉତ୍କୃଷ୍ଟ ସେବା ପାଇଁ ୬୬୨ ଜଣ ଏବଂ ୮୮ ଜଣ ଉଲ୍ଲେଖନୀୟ ସେବା ପାଇଁ ମନୋନୀତ କରାଯାଇଛି। ସେହିପରି ୧୮୯ ଜଣ ପୋଲିସ କର୍ମଚାରୀଙ୍କୁ ସାହସିକତା ଲାଗି ପୁରସ୍କୃତ କରାଯିବ ବୋଲି ସୂଚନା ମିଳିଛି ।

ସେହିପରି ଓଡ଼ିଶାରୁ ୨୨ଜଣଙ୍କ ମଧ୍ୟରୁ ୧୧ ଜଣଙ୍କୁ ଉତ୍କୃଷ୍ଟ ସେବା ପାଇଁ ଏବଂ ୯ ଜଣଙ୍କୁ ସାହସିକତା ଲାଗି ମନୋନୀତ କରାଯାଇଛି । ସେହିପରି ଉଲ୍ଲେଖନୀୟ ସେବା ପାଇଁ ରାଜ୍ୟରୁ ୨ ଜଣ ରାଷ୍ଟ୍ରପତି ପଦକ ଲାଗି ମନୋନୀତ ହୋଇଛନ୍ତି । ସାଧାରଣତନ୍ତ୍ର ଦିବସ ଅବସରରେ ଏହି ସେବା ସେମାନଙ୍କୁ ପ୍ରଦାନ କରାଯିବ ।

Leave a Reply

Your email address will not be published. Required fields are marked *