ଜାନୁଆରୀ ୨୬ ପାଇଁ ଆସିଲା ଗାଇଡଲାଇନ୍: ଜାଣନ୍ତୁ କେତେ ଜଣଙ୍କୁ ନେଇ ପାଳନ ହେବ ଗଣତନ୍ତ୍ର ଦିବସ?

(ଦ କୁଇଭର): ଆସନ୍ତାକାଲି ଜାନୁଆରୀ ୨୬ । ସାରା ଦେଶ ପାଳିବ ସାଧାରଣତନ୍ତ୍ର ଦିବସ । ସାରା ରାଜ୍ୟରେ କରୋନା ସଂକ୍ରମଣ ପାଇଁ କିଛି କଯକଣା ଲାଗାଇଛନ୍ତି ରାଜ୍ୟ ସରକାର । ରାଜ୍ୟ ସରକାରଙ୍କ ତରଫରୁ ସ୍ପେଶାଲ ରିଲିଫ୍ କମିଶନର ସାଧାରଣତନ୍ତ୍ର ଦିବସ ପାଇଁ ସ୍ୱତନ୍ତ୍ର ଗାଇଡଲାଇନ୍ ପ୍ରସ୍ତୁତ କରିଛନ୍ତି।

ଏସଆରସିଙ୍କ ନିର୍ଦ୍ଦେଶ ମୁତାବକ, ରାଜ୍ୟ, ଜିଲ୍ଲା, ବ୍ଲକ୍ ଓ ପଞ୍ଚାୟତ ସ୍ତରରେ ସାଧାରଣତନ୍ତ୍ର ଦିବସ ପୂର୍ବରୁ ଜାରି କରାଯାଇଥିବା ଗାଇଡଲାଇନ୍ ଅନୁସାରେ ସାଧାରଣତନ୍ତ୍ର ଦିବସ ପାଳନ ହେବ । ତା ସହିତ ବ୍ୟକ୍ତିଗତ ସ୍ତରରେ କେବଳ ୫ ଜଣ ଲୋକଙ୍କୁ ଏକାଠି କରି ଏଥର ଗଣତନ୍ତ୍ର ଦିବସ ପାଳନ କରିପାରିବେ ଦେଶବାସୀ । ତେବେ ଏହି ସମୟରେ କରୋନା କଟକଣା ଯେପରି ମାସ୍କ ପରିଧାନ, ସାମାଜିକ ଦୂରତା ପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ମଧ୍ୟ କୋଭିଡ୍ ଗାଇଡଲାଇନକୁ ପାଳନ କରାଯିବ ଗଣତନ୍ତ୍ର ଦିବସ । ଏହି କାର୍ୟ୍ୟକ୍ରମରେ କେବଳ ୧୦ ଜଣ ଲୋକ ଯୋଗ ଦେଇପାରିବେ । ସେଠାରେ ମଧ୍ୟ ମାସ୍କ ପରିଧାନ, ସାମାଜିକ ଦୂରତା ପାଳନ, ସାନିଟାଇଜରର ବ୍ୟବହାରକୁ ଗୁରୁତ୍ୱ ଦେବାକୁ କୁହାଯାଇଛି । କରୋନା କଟକଣାକୁ କଡ଼ାକଡ଼ିଭାବେ ପାଳନ କରାଯାଇ ଚଳିତ ବର୍ଷ ପାଳନ କରାଯିବ ସାଧାରଣତନ୍ତ୍ର ଦିବସ ।

Leave a Reply

Your email address will not be published. Required fields are marked *