Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ନୀରଜ ଚୋପ୍ରାଙ୍କୁ ମିଳିବ ପରମ ବିଶିଷ୍ଟ ସେବା ମେଡାଲ

(ଦ କୁଇଭର): ନୀରଜଙ୍କୁ ମିଳିବ ପରମ ବିଶିଷ୍ଟ ସେବା ମେଡାଲ । ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରାଙ୍କୁ ମିଳିବ ପରମ ବିଶିଷ୍ଟ ସେବା ମେଡାଲ । ଟୋକିଓ ଅଲମ୍ପିକ୍ସରେ ଜାଭଲିନରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଥିଲେ ନୀରଜ ଚୋପ୍ରା। ତେଣୁ ତାଙ୍କର ଏହି ଐତିଆସିକ ସଫଳତା ପାଇଁ ସାଧାରଣତନ୍ତ୍ର ଦିବସ ଅବସରରେ ଏହି ସମ୍ମାନଜନକ ପୁରସ୍କାର ପାଇବେ ନୀରଜ । ବର୍ତ୍ତମାନ ଭାରତୀୟ ସେନାରେ ସୁବେଦାର ଅଛନ୍ତି ନୀରଜ ଚୋପ୍ରା ।

ସେହିପରି, ୧୨ ଜଣଙ୍କୁ ସୋର୍ୟ୍ୟ ଚକ୍ର, ୨୯ ଜଣଙ୍କୁ ପରମ ବିଶିଷ୍ଟ ସେବା ମେଡାଲ, ୪ ଜଣଙ୍କୁ ଉତ୍ତମ ଯୁଦ୍ଧ ସେବା ମେଡାଲ, ୫୩ ଜଣଙ୍କୁ ଅତି ବିଶିଷ୍ଟ ସେବା ମେଡାଲ, ୧୩ ଜଣଙ୍କୁ ଯୁଦ୍ଧ ସେବା ମେଡାଲ, ୧୨୨ ଜଣଙ୍କୁ ବିଶିଷ୍ଟ ସେବା ମେଡାଲ ପ୍ରଦାନ କରାଯିବ । ସାଧାରଣତନ୍ତ୍ର ଦିବସ ଅବସରରେ ଏମାନଙ୍କୁ ଏହି ପୁରସ୍କୃତ କରାଯିବ ।

Exit mobile version