ନାମାଙ୍କନ ପତ୍ର ଖାରଜ ନକରିବାକୁ ଲାଞ୍ଚ ମାଗୁଛନ୍ତି ଜିପିଓ: ଅଡିଓ ଭାଇରାଲ

(ଦ କୁଇଭର): ଜିପିଓ ମାଗୁଛନ୍ତି ଲାଞ୍ଚ । ନାମାଙ୍କନ ପତ୍ର ଖାରଜ ନକରିବାକୁ ଲାଞ୍ଚ ମାଗୁଛନ୍ତି ଜିପିଓ । ଭଲକରି ଦେଖନ୍ତୁ ଏହି ବ୍ୟକ୍ତିଙ୍କୁ । ଇଏ ହେଉଛନ୍ତି ତାଳଚେର ଜିପିଓ ଭାସ୍କର ବେହେରା । ଆଉ ଏହି ବ୍ୟକ୍ତି ମାଗୁଛନ୍ତି ଲାଞ୍ଚ । ଯାହାର ଅଡିଓ ଏବେ ଭାଇରାଲ ହେବାରେ ଲାଗିଛି । ତାଳଚେର ବ୍ଲକରେ କାର୍ୟ୍ୟରତ ଜିପିଓ, ପ୍ରାର୍ଥୀ ନାମାଙ୍କନ ପତ୍ର ତୃଟିକୁ ସୁଧାରିବାକୁ ନେଇ ଲାଂଚ ଦାବି କରୁଥିବା ଅଡ଼ିଓ ମୋବାଇଲ୍ରୁ ମୋବାଇଲ ଘୂରି ବୁଲୁଥିବା ଘଟଣା ସମଗ୍ର ତାଳଚେରରେ ଚାଚଂଲ୍ୟ ସୃଷ୍ଟି କରିଛି ।

ତାଳଚେର ବ୍ଲକ ଅନ୍ତର୍ଗତ ହେଂସମୂଳ ଗାଁର ମହିଳା ସରପଂଚ ପଦବୀ ପାଇଁ ସସ୍ମିତା ପ୍ରଧାନ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ପ୍ରାର୍ଥୀପତ୍ର ଯାଂଚ ସମୟରେ ସାମାନ୍ୟତମ ତୃଟିରୁ ତାଙ୍କ ନାମାଙ୍କନ ପତ୍ରଟି ନାକଚ ହୋଇଯାଇଥିଲା। ଏନେଇ ସସ୍ମିତାଙ୍କ ସ୍ୱାମୀ ମୁନା ପ୍ରଧାନ ଫୋନ୍ ମାଧ୍ୟମରେ ଜିପିଓଙ୍କ ସହିତ ଏନେଇ କଥାବାର୍ତା ହୋଇଥିଲେ । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହୀ କଲ ରେକର୍ଡ଼ରେ ସ୍ପଷ୍ଟଭାବେ ଜଣାପଡ଼ୁଛି ଯେ, ଜିପିଓ କହୁଛନ୍ତି, କିଛି ଖର୍ଚ୍ଚପାଣି ଧରି ମୋ ପାଖକୁ ଆସ । ଏବଂ ଏହି କଥା ଆଉ କାହା ଆଗରେ କହିବ ନାହିଁ । ଏକଥା ସିକ୍ରେଟ । ଏହାକୁ ମୁଁ ସୁଧାରି ଦେବି ବୋଲି କହିଥିଲେ । ମାତ୍ର ଏବେ ଏହି କଥାବର୍ତ୍ତାର ରେକଡ଼ିଙ୍ଗ୍ ଅଡ଼ିଓ କ୍ଲିପ୍ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି । ଅନ୍ୟପଟେ ଖୋଦ୍ ଖୋଦ୍ ଜିପିଓ ଏହି ଘଟଣା ସତ ବୋଲି କହିଛନ୍ତି । ସେ କହିଛନ୍ତି, ମୁଁ ଭୁଲରେ କହିଦେଇଥିଲି, ପାଟିରୁ ଖସିଯାଇଥିଲା ବୋଲି ସ୍ୱୀକାର କରିଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠୁଛି ସ୍ୱଚ୍ଛ ଓ ନିର୍ମଳ ଶାସନ ଚାଲୁଛି ବୋଲି ୫-ଟି ସରକାର ଡ଼ିଣ୍ଡିମ ପିଟୁଥିବା ବେଳେ ତାଳଚେର ବ୍ଲକ ଜିପିଓ କିଭଳି ଭାବେ ଖୋଲାଖୋଲିଭାବେ ଲାଂଚ ମାଗୁଛନ୍ତି ସେ ନେଇ ସରକାରଙ୍କ ପକ୍ଷରୁ କେବେ ତଦନ୍ତ କରାଯିବ ଓ ଦୋଷିକୁ ଦୃଷ୍ଟାନ୍ତ ମୂଳକ ଦଣ୍ଡ ଦିଆଯାଉଛି ତାହା କେବଳ ଦେଖିବାକୁ ବାକି ରହିଲା ।

Leave a Reply

Your email address will not be published. Required fields are marked *