ମାଇନସ୍ ୩୫ ଡିଗ୍ରୀ ତାପମାତ୍ରାରେ ତ୍ରିରଙ୍ଗା ଉଡ଼ାଇଲେ ଯବାନ

(ଦ କୁଇଭର): ସାରା ଦେଶ ପାଳନ କରୁଛି ୭୩ ତମ ସାଧାରଣତନ୍ତ୍ର ଦିବସ । ଏଥିପାଇଁ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । କେବଳ ରାଜଧାନୀ ନୁହେଁ, ଦେଶର କୋଣାନୁକୋଣରେ ମଧ୍ୟ ବେଶ୍ ଉତ୍ସାହର ସହ ପାଳିତ ହେଉଛି ଗଣତନ୍ତ୍ର ଦିବସ । ପିଲାଠୁ ବୟସ୍କମାନେ ମଧ୍ୟ ବେଶ୍ ଉତ୍ସାହର ସହ କୋଭିଡ କଟକଣା ଭିତରେ ପାଳନ କରୁଛନ୍ତି ଗଣତନ୍ତ୍ର ଦିବସ ।

ସେପଟେ, ୧୫ ହଜାର ଫୁଟ ଉପରେ ଗଣତନ୍ତ୍ର ଦିବସରେ ଯବାନଙ୍କ ପରେଡ୍ ଦେଖିବାକୁ ମିଳିଛି । ଲଦାଖ ବର୍ଡରରେ ମାଇନସ୍ ୩୫ ଡିଗ୍ରୀ ତାପମାତ୍ରାରେ ଆଇଟିବିପିର ଯବାନମାନେ ତ୍ରିରଙ୍ଗା ଉଡାଇଛନ୍ତି । ସେହିପରି ହିମାଚଳ ପ୍ରଦେଶରେ ୧୬ ହଜାର ଫୁଟ ଉପରେ ଆଇଟିବିପିର ଯବାନମାନେ ତ୍ରିରଙ୍ଗା ଉଡାଇବା ସହ ପରେଡ୍ କରିଥିବା ଦେଖିବାକୁ ମିଳିଛି । ଉତ୍ତରାଖଣ୍ଡରେ ବି ଯବାନମାନେ ମାଇନସ୍ ୨୦ ଡିଗ୍ରୀ ତାପମାତ୍ରାରେ ୧୨ ହଜାର ଫୁଟ ଉପରେ ତ୍ରିରଙ୍ଗା ଉଡାଇଛନ୍ତି ।

Leave a Reply

Your email address will not be published. Required fields are marked *