ନାକରେ ଦିଆଯିବ ବୁଷ୍ଟର ଡୋଜ୍ !

(ଦ କୁଇଭର): ନାକରେ ଦିଆଯିବ ବୁଷ୍ଟର ଡୋଜ୍ ! ଏଣିକି ନାକ ଦ୍ୱାରା ମିଳିପାରେ ବୁଷ୍ଟର ଡୋଜ୍। ନାଜାଲ ବୁଷ୍ଟର ଡୋଜକୁ ପରୀକ୍ଷଣ ପାଇଁ ମିଳିଛି ଅନୁମତି । ଭାରତ ବାୟୋଟେକକୁ ତା’ର ନାକରେ ଦେବାକୁ ଥିବା କରୋନା ଟିକାର ବୁଷ୍ଟର ଡୋଜର ପରୀକ୍ଷଣ ପାଇଁ ଅନୁମତି ପ୍ରଦାନ କରିଛି ଡିସିଜିଆଇ । ଏହି କରୋନା ଟିକା ଦେଶରେ କରୋନା ବିରୁଦ୍ଧରେ ଜାରି ରହିଥିବା ଲଢେଇ ସହ ଆଉ ଏକ ମୁକାବିଲା କରିବାରେ ସାହାଯ୍ୟ କରିବ । ନାକ ମାଧ୍ୟମରେ ଦେବାକୁ ଥିବା ଏହି କରୋନା ଟିକା ଦେଶର ନଅଟି ସ୍ଥାନରେ ପରୀକ୍ଷା କରାଯିବ । ଭାରତରେ ଏହି ମହାମାରୀ ବିରୁଦ୍ଧରେ ଭାରତ ବାୟୋଟେକ୍ ବଡ଼ ସଫଳତା ହାସଲ କରିଛି। କମ୍ପାନୀ ବର୍ତ୍ତମାନ ବୁଷ୍ଟର ଡୋଜ ପାଇଁ ନାକ ମାଧ୍ୟମରେ ଦେବାକୁ ଥିବା କରୋନା ଟିକା ପ୍ରସ୍ତୁତ କରୁଛି । ଯାହା ଖୁବଶୀଘ୍ର ସଫଳ ହେବ ବୋଲି କୁହାଯାଉଛି ।

ରିପୋର୍ଟ ଅନୁଯାୟୀ, ଭାରତ ବାୟୋଟେକ ପ୍ରସ୍ତୁତ କରିଥିବା ବୁଷ୍ଟର ଡୋଜ୍ ଟିକା ନେଇଥିବା ଲୋକଙ୍କ ଶରୀରରେ ଦିଆଯିବ । ଭାରତ ବାୟୋଟେକ ଏହା ପୂର୍ବରୁ ଘୋଷଣା କରିଥିଲା ଯେ ଏହି ନାସାଲ ଟିକା ସୁରକ୍ଷିତ, ପିଲାମାନଙ୍କ ପାଇଁ ସହନଶୀଳ। ବୈଜ୍ଞାନିକଙ୍କ କହିବାନୁଯାୟୀ, ଇଣ୍ଟ୍ରାନାସାଲ୍ ଟିକା ନାକ ଏବଂ ଫୁସଫୁସରେ ରୋଗପ୍ରତିରୋଧକ ଶକ୍ତି ସୃଷ୍ଟି କରିବ। ଏହା ଭୂତାଣୁ ସଂକ୍ରମଣରୁ ରକ୍ଷା କରିବାରେ ସାହାଯ୍ୟ କରିବ ।

Leave a Reply

Your email address will not be published. Required fields are marked *