Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର: ଫେବୃଆରୀ ପହିଲାରୁ ଜଗା ଦର୍ଶନ

(ଦ କୁଇଭର): ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର । ପୁଣି ଜଗା ଦର୍ଶନ କରିବେ ଶ୍ରଦ୍ଧାଳୁ । ଆସନ୍ତା ଫେବୃଆରୀ ପହିଲାରୁ ଭକ୍ତଙ୍କ ପାଇଁ ପୁଣି ଖୋଲିବ କାଳିଆର ଶ୍ରୀମନ୍ଦିର । ଶୁକ୍ରବାର ଶ୍ରୀମନ୍ଦିର ଖୋଲିବା ନିଷ୍ପତ୍ତି ନେଇ ବସିଥିବା ଛତିଶା ନିଯୋଗ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ସଂକ୍ରମଣ କମିଥିବାରୁ ଜିଲ୍ଲା ପ୍ରଶାସନ ଏପରି ନିଷ୍ପତ୍ତି ନେଇଛି । ତେବେ ପୂର୍ବଭଳି ମନ୍ଦିର ଭିତରେ କୋଭିଡ କଟକଣାକୁ କଡ଼ାକଡ଼ିଭାବେ ପାଳନ କରାଯିବ ।

ତେବେ ମିଳିଥିବା ସୂଚନା ମୁତାବକ, ପୂର୍ବଭଳି ରବିବାର ଜଗାଦର୍ଶନ ବନ୍ଦ ରହିବ । ସପ୍ତାହର ୬ ଦିନ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିରରେ ପ୍ରବେଶ ଅଧିକାର ପାଇବେ । ଅନ୍ୟପଟେ ପୂର୍ବଭଳି ପୁରୀ ଜିଲ୍ଲାବାସୀ ପଶ୍ଚିମ ଦ୍ୱାର ଦେଇ ପ୍ରବେଶ କରିପାରିବେ । ପୁରୀ ଜିଲ୍ଲା ବ୍ୟତୀତ ଅନ୍ୟ ଅଞ୍ଚଳର ଭକ୍ତ କୋଭିଡ୍ କଟକଣା ସହ ସିଂହଦ୍ୱାର ଦେଇ ମନ୍ଦିରରେ ପ୍ରବେଶ କରିବେ । ପୂର୍ବଭଳି ମନ୍ଦିରରେ ପ୍ରବେଶ କରିବାକୁ ହେଲେ କୋଭିଡ୍ ଗାଇଡଲାଇନ୍ ପାଳନ କରିବାକୁ ହେବ ବୋଲି କୁହାଯାଇଛି ।

Exit mobile version